ଗଞ୍ଜାମ ବ୍ଲକ ରେ ପାନୀୟ ଜଳ ସଙ୍କଟ…. ବଟେଶ୍ୱର ମନ୍ଦିର ନିକଟ ଟିୟୁବୱେଲ ହିଁ ଭରସା
ଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗ୍ରୀଷ୍ମ ପ୍ରବାହ କରାଳ ରୂପ ଆରମ୍ଭ ରୁ ଲୋକମାନେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଗଞ୍ଜାମ ବ୍ଲକ ର ବିଭିନ୍ନ ଅଂଚଳରେ ବର୍ତ୍ତମାନ ପାନୀୟ ଜଳ ସମସ୍ୟା ଦେଖା ଦେଇଛି l ପ୍ରଶାସନ ନିଘୋଡ଼ ନିଦରେ ସୋଇଛି ଯାହାଫଳରେ ଲୋକମାନେ ନାହଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏହି ସମସ୍ୟା ପ୍ରତି ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ପଡୁନଥିବା ବେଳେ ନିର୍ବାଚିତ ପ୍ରତିନିଧି ଙ୍କ ଆନ୍ତରିକତା ନାହିଁ ଫଳରେ ସାଧାରଣ ଲୋକଙ୍କୁ ଅସୁବିଧା ଭୋଗ କରିବାକୁ ପଡୁଛି l ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତ ର ପୋଡାମପେଟା ଓ ଡି ଆର ପି କଲୋନୀ ରେ ଏବେ ଏହି ସମସ୍ୟା ଦେଖାଦେଇଛି l ଯୋଗାଣ ହେଉଥିବା ପାନୀୟ ଜଳ ବସୁଧା ଯୋଜନାରେ ତାହା କିଛି ଦିନ ହେଲା ଖାରି ପାଣି ଯୋଗୁଁ ବିଭାଗୀୟ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି l ଯାହାକୁ ନେଇ ଲୋକଙ୍କ ଖରାଦିନେ ସମସ୍ୟା ଦ୍ଵିଗୁଣ ହୋଇଛି l ପାନୀୟ ଜଳ ପାଇଁ ଲୋକଙ୍କୁ ବଟେଶ୍ୱର ମନ୍ଦିର ନିକଟରେ ଥିବା ନଳକୂପ ହିଁ ବର୍ତ୍ତମାନ ଭରସା ହୋଇଛି l ଉକ୍ତ କଲୋନୀରେ 375 ପରିବାର ମତ୍ସ୍ୟଜୀବି ସମ୍ପ୍ରଦାୟର ସମସ୍ତ ପରିବାର ହୋଇଥିବା ଯୋଗୁଁ ପୁରୁଷ ମାନେ ସମୁଦ୍ର କୁ ମାଛ ମାରିବା ପାଇଁ ଯାଉଥିବା ଯୋଗୁଁ ମହିଳା ମାନେ ଚାରି କିମି ଯାଇ ପାନୀୟ ଜଳ ଆଣୁଛନ୍ତି l ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି ଏହି ସମସ୍ୟା ସମ୍ପର୍କ ରେ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ l ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ହେଲା ମେଗା ପାନୀୟ ଜଳ ପ୍ରକଳ୍ପ ବସୁଧା ମାଧ୍ୟମରେ ପାନୀୟ ଜଳ ଯୋଗାଣ ବନ୍ଧ ରହିଛି lଏହି ଯୋଜନାରେ ରେ ଗଞ୍ଜାମ ବ୍ଲକ ର 55 ଟି ଗ୍ରାମ କୁ ପାନୀୟ ଜଳ ଯୋଗାଣ ହେଉଥିଲା l ତାହା ଏବେ ବନ୍ଦ ହୋଇଯାଇଥିବାରୁ ପାନୀୟ ଜଳ ବୁନ୍ଦାଏ ପାଇଁ ଲୋକେ ଜଟିଳ ସମ୍ମୁଖୀନ ହେଉଥିବାସ ପରିଲକ୍ଷିତ ହୋଇଛି l ତୁରନ୍ତ ବିଭାଗିୟ କର୍ତ୍ୟୁପକ୍ଷ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି l
