କର୍ପୋରେଟ ହିନ୍ଦୁତ୍ଵ ଫାସିବାଦ ଦମନ ବିରୁଦ୍ଧରେ ବିକ୍ଷୋଭ*

ବ୍ରହ୍ମପୁର, ତା ୨୨/୦୪. ଭାରତର କମୁନିଷ୍ଟ ପାର୍ଟି( ମାର୍କ୍ସବାଦୀ- ଲେନିନବାଦୀ) ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ମହାନ ସର୍ବହରା ନେତା ଭି ଆଇ ଲେନିନଙ୍କ ୧୫୫ ତମ ଜନ୍ମ ବାର୍ଷିକୀ ତଥା ସାଲିସ ବିହୀନ ସଂଘର୍ଷ ପାଇ ଏହି ଦିବସ ରେ ପ୍ରତିଷ୍ଠା ହୋଇ ଥିବା ସିପିଆଇ ଏମ ଏଲ ର ୫୬ ତମ ବାର୍ଷିକ ଦିବସରେ କର୍ପୋରେଟ ହିନ୍ଦୁତ୍ଵ ଫାସିବାଦ ଦମନ ବିରୁଦ୍ଧରେ ବିକ୍ଷୋବ ଅନୁଷ୍ଠିତ ହୋଇଯାଇଛି। ଫସିବାଦ ର ଭଯାବହତା ଓ ଏହାକୁ ପ୍ରତିରୋଧ କରିବା ପାଇ ଶ୍ରମିକ ଶ୍ରେଣୀ, କୃଷକ, ବୁଦ୍ଧିଜୀବୀ ଓ ବିପ୍ଳବୀ ଗୋଷ୍ଠୀ ଙ୍କ ଏକତା ଓ ସଂଘର୍ଷ ହିଁ ଏକମାତ୍ର ବାଟ । ପ୍ରଥମେ ଫାଶିବାଦ କୁ ବୁଝିବା “ଫାସିବାଦ ହେଉଛି ଅର୍ଥ ପୁଞ୍ଜିର ସବୁଠାରୁ ପ୍ରତିକ୍ରିୟାଶୀଳ, ସବୁଠାରୁ ଉଗ୍ରବାଦୀ, ସାମ୍ରାଜ୍ୟବାଦୀ ତତ୍ତ୍ୱମାନଙ୍କର ଏକ ଖୋଲା ଆତଙ୍କବାଦୀ ଏକଛତ୍ରବାଦ … ଫାସିବାଦ ହେଉଛି ଅର୍ଥ ପୁଞ୍ଜିର ସରକାର । ଏହା ଶ୍ରମିକ ଶ୍ରେଣୀ, କୃଷକ, ବୁଦ୍ଧିଜୀବୀ ଓ ବିପ୍ଳବୀ ଗୋଷ୍ଠୀ ଙ୍କୁ ସଂଗଠିତ ହତ୍ୟା କରିଥାଏ। ଏହାର ବୈଦେଶିକ ନୀତିରେ ଫାସିବାଦ ହେଉଛି ସବୁଠାରୁ ନିଷ୍ଠୁର ଉଗ୍ରବାଦୀତା, ଯାହା ଅନ୍ୟ ଲୋକଙ୍କ ପ୍ରତି ଘୃଣା ସୃଷ୍ଟି କରେ। ସାଧାରଣତଃ ରାଜନୈତିକ-ଅର୍ଥନୈତିକ ସଙ୍କଟ ସମୟରେ ଉଭା ହୁଏ, ଯାହା କି ଦେଶମାନଙ୍କର କଠୋର ପରିସ୍ଥିତି ଅନୁଯାୟୀ ମଧ୍ୟବିତ୍ତବର୍ଗଙ୍କୁ ଆକୃଷ୍ଟ କରିଥାଏ । ଯେବେ ଫାସିବାଦ ଆଗେଇବା ଆରମ୍ଭ କରେ ମଧ୍ୟବିତ୍ତ ବର୍ଗ ବ୍ୟତୀତ ସମାଜର ଅନ୍ୟ ଅସନ୍ତୁଷ୍ଟ ଯଥା ଅସଂଗଠିତ ଶ୍ରମିକ, ବେକାର ଯୁବକ ଏବଂ ଏପରିକି ସମାଜର ଅପରାଧିକ ତତ୍ତ୍ୱମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ସମ୍ପୂର୍ଣ୍ଣ ଆଦର୍ଶଗତ ଓ ସାଂସ୍କୃତିକ ହସ୍ତକ୍ଷେପ କୌଶଳ ବ୍ୟବହାର କରିଥାଏ । ଜାତିଗତ ଏବଂ ଧାର୍ମିକ ସଂଖ୍ୟାଲଘୁ, ବିଦେଶୀ, ପ୍ରବାସୀ ଏବଂ ଅବହେଳିତ ବର୍ଗକୁ ଦେଶର ସମସ୍ତ ଦୁର୍ଭାଗ୍ୟ ପାଇଁ ଦାୟୀ କରିଥାଏ। ସମସ୍ତ ଘୃଣା, ହିଂସା, ଦଙ୍ଗା ଓ ସନ୍ଦେହ ସୃଷ୍ଟି କରିବା ସହ ପ୍ରସାର କରିଥାଏ।
ପ୍ରତିକ୍ରିୟାଶୀଳ ପୁଞ୍ଜିପତି ଓ ରାଜନୈତିକ ନେତୃତ୍ୱ ମଧ୍ୟରେ ମେଣ୍ଟ ଫାସିବାଦୀ ଶାସନ ପ୍ରତିଷ୍ଠା କରିଥାଏ । ଫାସିବାଦ କ୍ଷମତା ଦଖଲ କରିବା କ୍ଷଣି ସମସ୍ତ ଲୋକପ୍ରିୟ ଭ୍ରମକୁ ଦୂରକରି ବାକ୍ ସ୍ୱାଧୀନତା ଉପରେ କଠୋର କଟକଣା ଲାଗୁ କରିଥାଏ। କର୍ପୋରେଟ୍- ପୁଞ୍ଜିର ଆଦେଶ ଅନୁଯାୟୀ ଶ୍ରମିକ ଶ୍ରେଣୀ ଓ ସମସ୍ତ ଶୋଷିତଙ୍କୁ ଖୋଲାଖୋଲି ଅଧୀନରେ ରଖିବା ଆରମ୍ଭ କରିଦିଏ।ନିଜ ବିରୋଧୀ ଓ ସଂଖ୍ୟାଲଘୁଙ୍କୁ ବହିଷ୍କାର ବା ଜାତିଗତ ନିର୍ଯାତନା ଦେଇଥାଏ। ମହିଳା ହିଂସା ରକେଟ ଗତିରେ ବୃଦ୍ଧି ହୋଇଥାଏ। ଅନ୍ୟପକ୍ଷରେ ଫାସିବାଦ ଏକ କଠୋର ଦକ୍ଷିଣପନ୍ଥୀ, ଜଟିଳ ଏବଂ ବହୁମୁଖୀ ଘଟଣା ଯାହାର ସୁସମନ୍ଵିତ ଆଦର୍ଶଗତ, ରାଜନୈତିକ-ଅର୍ଥନୈତିକ, ସାଂସ୍କୃତିକ ଏବଂ ଗୁପ୍ତ ସାମରିକ/ଅର୍ଦ୍ଧସାମରିକ ବିଭାଗ ରହିଛି । ଏହା ପ୍ରତ୍ୟେକ ମାଇକ୍ରୋ ଏବଂ ମ୍ୟାକ୍ରୋ ସାମାଜିକ କ୍ଷେତ୍ରରେ ବ୍ୟାପ୍ତ। ସଂସ୍କୃତି, ଗଣମାଧ୍ୟମ, ବିଜ୍ଞାନ ଓ ଗବେଷଣା ସମେତ ଶିକ୍ଷା, ଇତିହାସ ଲେଖା ଇତ୍ୟାଦିରେ ଫାସିବାଦ ଦକ୍ଷ। ବୈଜ୍ଞାନିକ ଚିନ୍ତାଧାରାକୁ ବିକୃତ କରିବା ଏବଂ ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ମିଥ୍ୟା ପ୍ରଚାର ପାଇଁ ବିଭ୍ରାନ୍ତିବାଦ, ଛଦ୍ମବିଜ୍ଞାନ ଏବଂ “ଐତିହାସିକ ମିଥ୍ୟାକରଣ”କୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରାଯାଏ। ବୁଦ୍ଧିଜୀବୀଙ୍କ ଏକ ବର୍ଗ ସମେତ ସାଧାରଣ ଲୋକେ ଅନେକ ସମୟରେ ଫାସିବାଦୀ ଭୟାନକତାର ସାଧାରଣ ଦର୍ଶକ ଓ ନୀରବ ଦ୍ରଷ୍ଟା ହୋଇଥାନ୍ତି। ମନୁ ସଂହିତା ବୈଚାରିକ ଆଧାରରେ ଗଠିତ ସର୍ବ ପୁରାତନ ଓ ସର୍ବ ବୃହତ ଆର.ଏସ.ଏସ ସଂଗଠନ ଓ ଏହାର ରାଜନୈତିକ ଦଳ ବିଜେପି ଆଜି ଆଦ।ନୀ, ଆମ୍ବାନୀ କର୍ପୋରେଟ ମିତ୍ରଙ୍କ ସ୍ଵାର୍ଥରେ ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତା, ଶିକ୍ଷା ବିରୋଧୀ ନୂତନ ଶିକ୍ଷା ନୀତି, କୃଷକ ବିରୋଧୀ କଳା କୃଷି ଆଇନ, ମହିଳା ବିରୋଧୀ ନୀତି, ନାଗରିକ ବିରୋଧୀ ନାଗରିକ ସଂହିତା, ବସ୍ତି ବାସିନ୍ଦାଙ୍କ ଉପରେ ବୁଲ୍ଦୋଜର, ରାଷ୍ଟ୍ରାୟତ ସଂସ୍ଥା କୁ କର୍ପୋରେଟ ମିତ୍ରଙ୍କ ହାତରେ ଟେକିଦେବା, ଆଦିବାସୀ ବିରୋଧୀ, ଦଳିତ ବିରୋଧୀ, ପରିବେଶ ବିରୋଧୀ ନୀତି, ଜନଗଣ ଙ୍କ ଉପରେ ଅତ୍ୟଧିକ ଟିକସ ସହ ଆକାଶ ଛୁଆଁ ବଜାର ଦର କରି ସର୍ବସ୍ଵାନ୍ତ କରି କର୍ପୋରଟ ଜଗତର କ୍ରୀତଦାସ ବା ଗୋଲମ କରାଯାଉଛି। କର୍ପୋରେଟ ହିନ୍ଦୁତ୍ଵ ଫାସିବାଦ ଦମନ ବିରୁଦ୍ଧରେ ସଂଘର୍ଷ ଓ ସମ୍ପୂର୍ଣ ମୂଳ ପୋଛ କରିବା ହିଁ ଶ୍ରମଜୀବୀ ଜନଗଣ ସମେତ ୯୦ ଭାଗ ଲୋକଙ୍କ ମୁକ୍ତି ର ରାସ୍ତା ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ। ଏହି`ବିକ୍ଷୋବ ରେ ପାର୍ଟି ର ଜିଲ୍ଲା ସମ୍ପାଦକ ଶଙ୍କର ଇନିକିଲାବ, ଜିଲ୍ଲା କମିଟି ସଦସ୍ୟ ପି ପାର୍ବତୀ, ରାମଚନ୍ଦ୍ର ବାଡତ୍ୟ।, ଯଶୋଦା ନାୟକ, ଯୁଧିଷ୍ଠିର ଦାସ, ଭିକାରୀ ସ୍ବାଇଁ, ଯୋଛନା ଦାଶ, ହାର ନାହକ ରୋହିତ ନାହକ, କୁମାରୀ ଦାଶ ଆଦି ଉପସ୍ଥିତ ଥିଲେ।
ଶଙ୍କର ଇନକିଲାବ, ଜିଲ୍ଲା ସମ୍ପାଦକ. ସଂପର୍କ 9437263211
ଇମେଲ redstar.ganjamcpiml@gmail.com