April 21, 2025
Share

 

 

▪️ଫେରିଲା ତାତି। ୪୦ ଡିଗ୍ରୀ ଉପରେ ୧୧ ସହର, ୪୩.୫ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ଝାରସୁଗୁଡ଼ା।

 

▪️ରାଜ୍ୟର ସବୁ ଜିଲାର ୩୦ଟି ବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସେଣ୍ଟର ଉଦ୍‌ଘାଟିତ। ବାର୍ଷିକ ପାଞ୍ଚଲକ୍ଷ ଖର୍ଚ୍ଚ ହେବ।

 

▪️ଭୁବନେଶ୍ୱରରେ ୮୦୦ କୋଟି ଟଙ୍କାରେ ସମ୍ମିଳନୀ କକ୍ଷ ତିଆରି କରିବେ ରାଜ୍ୟ ସରକାର।

 

*▪️ଆଜି ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ।*

 

▪️ଆଜି ସମ୍ବଲପୁରରେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମାଝୀଙ୍କ ଅଭିଯୋଗ ଶୁଣାଣି ଶିବିର।

 

▪️ଓୟୁଏଟି ସ୍ନାତକ ପାଠ୍ୟକ୍ରମ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ। ୨୪ ପର୍ଯ୍ୟନ୍ତ ଅନଲାଇନ୍ ରେ ଆବେଦନ।

 

▪️ମନ୍ତ୍ରୀ ମହାଲିଙ୍ଗ ଅଡୁଆରେ। ଦାବି ପୂରଣ ନହେଲେ ଓମସାର ଆନ୍ଦୋଳନ, ସରକାରୀ ଡାକ୍ତରଙ୍କ ସମୂହ ଇସ୍ତଫା ଧମକ।

 

▪️ସମୁଦ୍ରରେ ମାଛମରା ଉପରେ ଲାଗିଛି କଟକଣା, କଷ୍ଟରେ ମତ୍ସ୍ୟଜୀବୀ ପରିବାର। ବଜାରରେ ବଢିଗଲା ଦାମ।

 

▪️ପୁରୀ ରତ୍ନଭଣ୍ଡାର ପ୍ରହସନରେ କହିଲେ ଆଇନ ମନ୍ତ୍ରୀ, ଆମେ ମରାମତି କଲୁ ବୋଲି ବଂଚିଗଲା ରତ୍ନଭଣ୍ଡାର। ନହେଲେଭୁଶୁଡ଼ି ପଡ଼ିଥାନ୍ତା ।

 

▪️ରାଜଧାନୀରେ ଅସହ୍ୟ ଗୁଳୁଗୁଳିରେ ଲୋକେ ଛଟପଟ। ୮୧ ଡେଇଁଲା ଆର୍ଦ୍ରତା।

 

▪️ସୁନ୍ଦରଗଡ଼ ଖଣିଜ କେଳେଙ୍କାରୀ ତଦନ୍ତରେ ବିତିଲାଣି ୧୫ ଦିନ, କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ପଛଘୁଞ୍ଚା।

 

▪️ରାଜନୀତିରେ ଅଛୁଆଁ ହେଲେ ସୌମ୍ୟ। କୌଣସି ଦଳ ନେବାକୁ ନାରାଜ। କଂଗ୍ରେସରେ ଚାଲିଛି ଶେଷ ଚେଷ୍ଟା।

 

▪️କୋରାପୁଟରେ ହେବ ନୂଆ ବସ୍‌ଷ୍ଟାଣ୍ଡ। ୮୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ।

 

▪️କଟକ ଏସ୍‌ସିବି, ଶିଶୁଭବନରେ ମିଳୁନି ଏପିଲେପ୍ସି ସର୍ଜରି ଚିକିତ୍ସା। ବର୍ଷକୁ ୨ ଶହ ଶିଶୁ ଯାଉଛନ୍ତି ମୁମ୍ବାଇ।

 

▪️ରାଉରକେଲାରେ ଆଦାନୀ କମ୍ପାନୀ ବିରୋଧରେ ଧାରଣାରତ ଆଦିବାସୀ ଯୁବକଙ୍କ ଉପରେ ଡୋଜର ମାଡ଼ି ମୃତ୍ୟୁ। କମ୍ପାନୀ ଦେବ ପରିବାରକୁ ୨୦ ଲକ୍ଷ ଓ ଚାକିରି।

 

▪️ମୟୁରଭଞ୍ଜ ବହଳଦାରେ ୮ଟି ଶ୍ରେଣୀକୁ ୪ଟି ଶ୍ରେଣୀଗୃହ, ୨ଜଣ ଶିକ୍ଷକ। ପାଠପଢ଼ାର ବିକଳ ଚିତ୍ର।

 

▪️ପୁରୀ ବଳଙ୍ଗାରେ ଜଣେ ନାବାଳକ ଓ ଜଣେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ, ପରିସ୍ରା ପିଆଇଲେ।

 

▪️ଅନୁଗୁଳ ହିନ୍ଦୋଳ ଅଂଚଳରେ ନାବାଳିକାକୁ ବଳାତ୍କାର ପରେ ଫିଙ୍ଗିଦେଲେ।

 

▪️ରାଜଧାନୀ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗଙ୍କୁ ଛାଡ଼ପତ୍ର ଦେବେ ସ୍ୱାମୀ ଜଗବନ୍ଧୁ।

 

▪️ରାଜଧାନୀ ବାଲିପାଟଣା ଥାନା ନିକଟରେ ଯୁବକଙ୍କୁ ଗୁଳିମାଡ଼। ଆହତ ଯୁବକ ହେଲେ ଗୁଆପୁର ଗ୍ରାମର ଦୀପ୍ତି ମହାପାତ୍ର।

 

▪️ରାଜଧାନୀରେ ଯୁବକଙ୍କୁ ଗୁଳି ଘଟଣାରେ ନୂଆ ମୋଡ଼, ନିଜକୁ ନିଜେ ଗୁଳି ମାରିଥିଲା ଯୁବକ।

 

▪️କେନ୍ଦ୍ରାପଡ଼ା ଦୁହୁରିଆ ଛକରେ ରାସ୍ତାକଡ଼ ଦୋକାନ ଉପରେ ମାଡ଼ିଗଲା ଯାତ୍ରା ପାର୍ଟି ଟ୍ରକ୍।

 

▪️ସାଲେପୁର ଥାନା ଉଚ୍ଚଢ଼ିଅ ଗ୍ରାମ ବିରୂପା ନଦୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ, ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିଲେ।

 

▪️ରେଳବାଇ ପକ୍ଷରୁ ବନ୍ଦେ ଭାରତ ସ୍ଲିପର ଟ୍ରେନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଓ ହାୱଡା ଟ୍ରାକରେ ଗଡ଼ିବ।

 

▪️ଜମ୍ମୁ-କାଶ୍ମୀରର ରାମବନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ୩ ମୃତ, ଜାତୀୟ ରାଜପଥ ବନ୍ଦ।

 

▪️ଚକ୍ରଧରପୁର ରେଳବାଇ ମଣ୍ଡଳ ଅଧୀନରେ ବିଭିନ୍ନ କାମ ପାଇଁ ଆଜିଠୁ ୨୭ ତାରିଖ ପର୍ଯ୍ୟନ୍ତ ରାଉରକେଲା ଦେଇ ଯାଉଥିବା ବହୁ ଟ୍ରେନ୍‌ ବାତିଲ।

 

▪️କ୍ରିକେଟ ଆଇପିଏଲରେ ଚେନ୍ନାଇକୁ ହରାଇଲା ମୁମ୍ବାଇ।

 

▪️କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ୍ ପ୍ରକାଶଙ୍କୁ ନିଜ ଘରେ ହତ୍ୟା, ସ୍ତ୍ରୀଙ୍କୁ ଅଟକ ରଖିଲା ପୋଲିସ।

 

▪️କାଶ୍ମୀର ରାମବନ ବନ୍ୟାରେ ଧୋଇଗଲା ଦୋକାନ, ଭାସିଗଲା ଗାଡ଼ି। ଥମୁନି ବର୍ଷା, ଉଦ୍ଧାର କାମ ବାଧାପ୍ରାପ୍ତ।

 

▪️ଶେଖ ହସିନାଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି ପାଇଁ ଇଣ୍ଟରପୋଲକୁ ବାଂଲାଦେଶର ଆବେଦନ।

 

▪️ଆଜି ଆମେରିକା ଉପରାଷ୍ଟ୍ରପତି ସସ୍ତ୍ରୀକ ଭାରତ ଆସୁଛନ୍ତି ।

 

▪️ଆରବ ମରୁଭୂମିରେ ଜାଗୁଆର୍ ଓ ମିଗ୍ -୨୯ ସହ ଯୁଦ୍ଧ ଅଭ୍ୟାସରେ ପରାକ୍ରମ ଦେଖାଇବ ବାୟୁସେନା।

 

▪️ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ଅପିଲ କରିବାର ଅଧିକାର ପାକିସ୍ତାନ ଛଡ଼ାଇନେଲା। ଭାରତ ନୀରବ।

 

▪️୧୦୦୦ ଡିଗ୍ରି ସେଲସିୟସ୍‌ର ଅଣ-ପରମାଣୁ ହାଇଡ୍ରୋଜେନ୍ ବୋମା ପରୀକ୍ଷଣ କଲା ଚୀନ।

 

▪️ଆଜି ଭାରତୀୟ ପ୍ରଶାସନିକ ସେବା ଦିବସ।

 

▪️ଆଜି ଜନ୍ମଦିନ: ରାଜା କରନୀ ସିଂ, ରାଣୀ ଏଲିଜାବେଥ ୨, ସଦାଶିବ ତ୍ରିପାଠୀ (ପୂର୍ବ ମୁଖ୍ୟମନ୍ତ୍ରୀ, ନବରଙ୍ଗପୁର)।

 

▪️ଆଜି ତିରୋଧାନ: ଶକୁନ୍ତଳା ଦେବୀ, ଜାନକୀ ପଟନାୟକ।

 

▪️ଇତିହାସରେ ଆଜି ଦିନ: (୧୫୨୬) ପାନିପତ ଯୁଦ୍ଧରେ ଇବ୍ରାହିମ ଲୋଦୀର ମୃତ୍ୟୁ/ (୧୭୨୦) ବାଜିରାଓ ୧ ହେଲେ ମରାଠା ଶାସକ/ (୧୭୮୨) ବ୍ୟାଙ୍କକ ସହର ପ୍ରତିଷ୍ଠା/ (୧୯୯୬) ଉତ୍ତର ମେରୁରେ ଭାରତର ସଞ୍ଜୟ ଥାପର ପାରାଚୁଟରେ ଓହ୍ଲାଇଲେ/ (୨୦୦୭) ବ୍ରାଏନ ଲାରା କ୍ରିକେଟରୁ ଅବସର ନେଲେ।

 

*🙏ବନ୍ଦେ ଉତ୍କଳ ଜନନୀ🙏*

➖➖➖➖➖➖➖➖➖➖➖