April 21, 2025

କୋରାପୁଟ ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ୮୬ କୋଟିର ଡିପିଆର ଅନୁମୋଦନ।

Share

       ୨୦/୪/୨୫ ( ଗୁପ୍ତେଶ୍ୱର ରଥ କୋରାପୁଟ) କୋରାପୁଟ ନୂତନ ବସଷ୍ଟାଣ୍ଡ ନିର୍ମାଣ ନିମନ୍ତେ ୮୬ କୋଟିର ଡିପିଆର ଅନୁମୋଦନ। ବିପଦ ସଙ୍କୁଳ ଅବସ୍ଥା ରେ ଥିବା କୋରାପୁଟ ବସଷ୍ଟାଣ୍ଡ ର ରୂପ ରେଖା ବଦଳିବ। ନୂତନ ଭାବେ ବସ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଡିପିରଅ କୁ ସରକାର ଅନୁମୋଦନ କରିଛନ୍ତି। ଏହି ଖବର ଶୁଣି କୋରାପୁଟ ଅଞ୍ଚଳ ବସୀଙ୍କ ମନରେ ଖୁସି ର ଲହରୀ ଖେଳି ଯାଇଛି। ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ପାଇଁ 86 କୋଟି ସରକାର ଅନୁମୋଦନ କରିଛନ୍ତି। ୩୦ ବର୍ଷ ତଳେ ଏହି ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା। ଏହି ବସ ଷ୍ଟାଣ୍ଡ ଛାତରୁ କେତେବେଳେ ସିମେଣ୍ଟ ପୋଲାସ୍ତ୍ରର ଖସୁଥିଲ ସେଥି ପାଇଁ କୋରାପୁଟ ବସଷ୍ଟାଣ୍ଡ ର ପୁନରୁଦ୍ଧାର ଓ ମରାମତି ପାଇଁ କୋରାପୁଟ ଜନସାଧାରଣ ଦାବି କରି ଆସୁଥିଲେ। କୋରାପୁଟ ଜନସାଧାରଣ ପକ୍ଷରୁ ନୁଆ ବସଷ୍ଟାଣ୍ଡ ପାଇଁ ଦାବି ହେଉଥିବାବେଳେ ଡିପିରଅ କୂ ଅନୁମୋଦନ ପାଇଁ କୋରାପୁଟ ପୌରଅଧିକ୍ଷକ ଓ ସମସ୍ତ କାଉନସିଲର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଅନୁରୋଧ କରିଥିଲେ। ରାଜ୍ୟ ସରକାର ନୂତନ ବସଷ୍ଟାଣ୍ଡ ନିର୍ମାଣ କରିବାକୁ କହି ଥିଲେ । ଏହି ବସଷ୍ଟାଣ୍ଡ ୩୦ ବର୍ଷ ତଳେ ନିର୍ମାଣ ହୋଇଥିଲା। ଏହି ବସଷ୍ଟାଣ୍ଡ ଭିତରେ କେତକ ଦକାନ ଗୃହ, ସରକାରୀ ବସ ଟିକଟ ଗୃହ, ବେସରକାରୀ ବସ ଟିକଟ ଗୃହ ଓ ଯାତ୍ରୀମାନେ ବସିବା ପାଇଁ ପିଣ୍ଡି ନିର୍ମାଣ ହୋଇଥିଲା। ବସଷ୍ଟାଣ୍ଡ ର ଉପର ମହଲ ଯୋରାର୍ଜୀନ ଅବସ୍ଥା ରେ ପଡି ରହିଛି। କୋରାପୁଟ କୁ ପୋଡସି ରାଜ୍ୟ ରୁ ବହୁତ ବସ ଚଳାଚଳ କରେ ଓ ସହ ସହ ଯତ୍ରି ଏହି ବସଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି । ତତ୍ କାଳୀନ ସରକାର ନୂତନ ବସ ଟର୍ମିନାଲ ନିର୍ମାଣ ପାଇଁ ଯୋଜନା କରିଥିଲେ। ଏଥି ପାଇଁ ପ୍ରସାସନ କୂ ଜାଗା ଚିହ୍ନଟ ସହ ପ୍ଲାନ ଓ ଡିଜାଇନ୍ ପ୍ରସ୍ତୁତ କରିବା ପାଇଁ କୁହା ଯାଇଥିଲା । ବସ ଷ୍ଟାଣ୍ଡ କୁ ଲାଗି ରହିଥିବା ହକୀ ପଡ଼ିଆ ଓ ଏଠାରେ ଥିବା ସମସ୍ତ ଦକାନକୁ ଭାଙ୍ଗି ନୁଆ କମ୍ପଲେକ୍ସ ନିର୍ମାଣ ସହ ଅତ୍ୟ ଆଧୁନିକ ବସ ଟର୍ମିନାଲ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା ପ୍ରସ୍ତାବ ଫାଇଲ ଗୃହ ଓ ନଗର ଉନ୍ନୟନ ବିଭାଗ ପାଖରେ ପଡ଼ି ରହିଥିଲା। କୋରାପୁଟ ପୌର ଅଧିକ୍ଷକ ଓ କୋରାପୁଟ ର ସମସ୍ତ କାଉନସିଲର ମୁଖ୍ୟମନ୍ତ୍ରୀ ଓ ଉପମୁକ୍ୟମନ୍ତ୍ର ଙ୍କୁ କୋରାପୁଟ ପରବ ସମୟରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜଣାଇଥିଲେ।