November 16, 2024

କେନ୍ଦ୍ରାପଡା ଜିଲ୍ଲାରେ ମିଳିତ ଜନଅଭିଯୋଗ ଶୁଣାଣି

Share

 

କେନ୍ଦ୍ରାପଡ଼ା,

ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ପୈାରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ସନ୍ଦୀପ ସମ୍ପଦ ମଡ଼କର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଦୁର୍ଗାପ୍ରସାଦ ମହାରଣା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ନିର୍ବାହୀ ଯନ୍ତ୍ରୀ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହାୟତା ପ୍ରଦାନ କରିଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ ମୋଟ ୧୯ ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୨ ଗୋଟି ସାମୁହିକ ଅଭିଯୋଗ ଏବଂ ୧୭ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ମଧୁବାବୁ ପେନସନ ଯୋଜନା, ବିଜୁପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନକାର୍ଡ ପ୍ରଦାନ, ଜମିଜମା ମାମଲା, ପେନସନ ପ୍ରଦାନ, ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ ଜନିତ ଦରଖାସ୍ତ ଥିଲା । ସେହିପରି ସାମୁହିକ ଅଭିଯୋଗ ଦରଖାସ୍ତ ମଧ୍ୟରେ ଅଞ୍ଜନା ପଲାଇ ଓ ବାରୋ ଗ୍ରାମର ଗ୍ରାମବାସୀଙ୍କ ଗ୍ରାମ୍ୟରାସ୍ତା ଜବର ଦଖଲ ଉଚ୍ଛେଦ, ସିହପଡା ଗ୍ରାମର ଶ୍ରୀନିବାଶ ନାୟକଙ୍କ ବର୍ଜ୍ୟ ଜଳ ନିଷ୍କାସନ ନିମନ୍ତେ ଅଭିଯୋଗ ଇତ୍ୟାଦି ଦରଖାସ୍ତ ଆସିଥିଲା । ବିଜୁପକ୍କାଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ ପ୍ରଦାନ, ଜମି ଜମା ମାମଲା, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ ସହ ସାମୁହିକ ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ମହାକାଳପଡା ବ୍ଲକ ଅନ୍ତର୍ଗତ ବାବର ଗ୍ରାମର ଅଧିବାସୀ ପ୍ରହଲାଦ ଦାସଙ୍କୁ ୫ହଜାର ଟଙ୍କାର ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜିଲ୍ଲାପାଳ ପ୍ରଦାନ କରିଥିଲେ

ରିପୋର୍ଟ – ଗୋକୁଳ