May 10, 2026

ଉମରକୋଟ ଫକୀରମୋହନ ପଠନଶାଳା ରେ ବିଷୁବ ମିଳନ:*

IMG-20250415-WA0033
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ସ୍ଥାନୀୟ ଫକୀରମୋହନ ପଠନଶାଳା ତରଫରୁ ଦର୍ଗାଗୁଡ଼ା ସ୍ଥିତ କଲ୍ୟାଣ ମଣ୍ଡପଠାରେ ମହାବିଷୁବ ସଂକ୍ରାନ୍ତି, ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଏବଂ ଡ଼ଃ ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅନୁଷ୍ଠାନର ସମ୍ପାଦକ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ ରାଉତ ଯୋଗଦେଇ ମହାବିଷୁବ ସଂକ୍ରାନ୍ତିର ବିଶେଷତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ ରାଇଘର ର ବରିଷ୍ଠ କବି ମନୋରମା ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଶ୍ରୀନିବାସ ପଟ୍ଟନାୟକ ଓ ବରେଣ୍ୟ ଅତିଥିଭାବେ ଡାକ୍ତର ସୁରେନ୍ଦ୍ରନାଥ ଦାଶ ଭାରତର ସମ୍ବିଧାନ ପ୍ରସ୍ତୁତିରେ ଭୀମରାଓ ଆମ୍ବେଦକରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ପୂର୍ଣ୍ଣଚନ୍ଦ୍ର ସେଠୀ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଦେବେନ୍ଦ୍ର ପ୍ରସାଦ ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଶ୍ରୀ ରାମକୃଷ୍ଣ ମିଶନ୍ ର ଗଦାଧର ପ୍ରକଳ୍ପରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀମାନଙ୍କ ଦ୍ଵାରା ରାମେନ୍ଦ୍ରନାଥ ବିଶ୍ୱାସଙ୍କ ତତ୍ତ୍ଵାବଧାନରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ତପନ ପାଲ୍ ଓଡ଼ିଆ ନୂଆ ବର୍ଷ ପାଳନର ମହତ୍ତ୍ୱ ଉପରେ ଚର୍ଚ୍ଚା କରିଥିଲେ। ରାଇଘର, ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ ଓ ଡାବୁଗାଁ ବ୍ଲକ୍ ରୁ ଶତାଧିକ କବି ଯୋଗଦେଇ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୁଆ ବର୍ଷ ଉପରେ ସୁରଚିତ କବିତା ପାଠ କରିଥିଲେ। ସର୍ବଶ୍ରୀ ସୁରେଶ କୁମାର ଆଚାର୍ଯ୍ୟ, ରାଜକିଶୋର ନାୟକ, ହରିହର ଶତପଥି, ସାଗର କୁମାର ପରିଡ଼ା, ଶାନ୍ତିଲତା ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ଶ୍ରୀନିବାସ ପାଢ଼ୀ, ବାବୁ ଛୋଟରାୟ, ଚନ୍ଦନ ପାତ୍ର ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ।