ମା’ ପଞ୍ଚ ଠାକୁରାଣୀ ଯାତ୍ରା , ଆଗେଇ ଚାଲିଛି ଅସ୍ଥାୟୀ ମଣ୍ଡପ କାର୍ଯ୍ୟ
ବୁଗୁଡା : ତା ୧୩/୦୪/୨୫ : ଆଗାମୀ ଏପ୍ରିଲ ୨୫ରୁ ମେ ମାସ ୧୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୭ ଦିନ ବ୍ଯାପି ଆୟୋଜିତ ହେବାକୁ ଯାଉଥିବା ମା’ ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ବୁଗୁଡ଼ା ବଡ଼ଦାଣ୍ଡରେ ଅସ୍ଥାୟୀ ମଣ୍ଡପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ବିଭିନ୍ନ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା କ୍ରମେ ଓ୍ବାର୍ଡ ସ୍ତରୀୟ ପୂଜା କମିଟି ଗଠନ ପକ୍ରିୟା ମଧ୍ୟ ଚାଲୁ ରହିଛି ।
ଏ ବର୍ଷ ସେଭଳି କୌଣସି ପ୍ରଶାସନିକ ଆକଟ ନଥିବାରୁ ଠାକୁରାଣୀ ଯାତ୍ରା କମିଟି ଉତ୍ସାହିତ ହୋଇ ମହାଆଡମ୍ବରରେ ଏହାକୁ ଆୟୋଜନ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଠାକୁରାଣୀ ଯାତ୍ରା କାଳରେ ମାଳ ମାଳ ମେଢ ସାଙ୍ଗକୁ ଅପେରା , ମୀନାବଜାର , ରାମଦୋଳି , ମେଲୋଡି , କଳାକୁଞ୍ଜ , ଆକର୍ଷଣୀୟ ତୋରଣ ଲୋକଙ୍କ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁଙ୍କ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାଯାଇଛି ।
