September 19, 2026

ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ଶ୍ରୀ ପର୍ଶୁରାମଜୀଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ। 

IMG-20250413-WA0038
Share

 

 

ସମ୍ବଲପୁର, (ରାଜାରାମ ଷଡ଼ଙ୍ଗୀ): ଧନୁପାଲି ସ୍ଥିତ ଗୋପାଳଜୀ ମନ୍ଦିର ପରିସର ରେ ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ ର ସମ୍ବଲପୁର ଶାଖାର ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ଦେବାଶିଷ ପୁରୋହିତଙ୍କ ଆବାହକତ୍ବ ରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକ ରେ ବ୍ରାହ୍ମଣ ସମାଜ ର ବିଭିନ୍ନ ସମାସ୍ୟ ଏବଂ ତାର ନିରାକରଣ ଉପରେ ବିଷଦ ଭାବରେ ବିଚାର ଓ ଆଲୋଚନା ହୋଇଥିଲା। ଉପସ୍ଥିତ ବରିଷ୍ଠ ନାଗରିକ ମାନଙ୍କର ଉପସ୍ଥିତିରେ ସର୍ବ ସମ୍ମତି ରେ ଆଗାମି ଏପ୍ରିଲ ୩୦ ତାରିଖ ରେ ପ୍ରଭୁ ଶ୍ରୀ ପର୍ଶୁରାମଜୀଙ୍କ ଜୟନ୍ତୀ ପାଳନ କରାଯିବ ବଲି ନିର୍ଣ୍ଣୟ ହୋଇଥିଲା। ପ୍ରଭୁ ଶ୍ରୀ ପର୍ଶୁରାମଜୀଙ୍କ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ର ସଫଳ ସମ୍ପାଦନ ସକାଶେ ଏକ ଆବାହକ ମଣ୍ଡଳି ଏବଂ ଏକ ଉପଦେଷ୍ଟା ମଣ୍ଡଳି ଗଠନ କରାଗଲା। ଆବାହକ ମଣ୍ଡଳି ର ସଦସ୍ଯ ଭାବେ ପଣ୍ଡିତ ଅମରନାଥ ମିଶ୍ର, ପଣ୍ଡିତ କାଳିଦାସ ପଣ୍ଡା, ପଣ୍ଡିତ ମହେନ୍ଦ୍ର ମିଶ୍ର, ଅରବିନ୍ଦ ନାୟକ, ବସନ୍ତ ମିଶ୍ର, ରାମ ମିଶ୍ର, ରଣଜିତ ରଥ,ଦେବାଶିଷ ପୁରୋହିତ, ସୌରଭ ରଞ୍ଜନ ମହାପାତ୍ର, ରାମେଶ୍ଵର ପୁରୋହିତ, ତ୍ରୁପ୍ତିମୟୀ ପଣ୍ଡା,ଅନମୋଲ ଦାସ, ପ୍ରଦିପ ସୂପକାର ମନୋନୀତ ହେଲେ। ମିଡିଆ ପ୍ରଭାରୀ ଭାବରେ ଆତ୍ମାରାମ ସୂପକାର ଏବଂ ବ୍ୟୋମକେଶ ପଣ୍ଡା ମନୋନୀତ ହେଲେ। ତଥା ଉପଦେଷ୍ଟା ମଣ୍ଡଳି ର ସଦସ୍ଯ ଭାବରେ ଅଶୋକ ପାଢୀ, ବିଷ୍ଣୁ ଗୁରୁ, ସଞ୍ଜୟ ବାବୁ,ସୁଧିର ପଣ୍ଡା, ରାଜେନ୍ଦ୍ର ତ୍ରିପାଠୀ, ମୋହିନିମୋହନ ଦାସ, ରବି ପଣ୍ଡା, ରାଜକିଶୋର ପଣ୍ଡା, ଜଗଦୀଶ ତ୍ରିପାଠୀ ଏବଂ ସଂଜୀବ ଷଢଙ୍ଗୀ ମନୋନୀତ ହେଲେ। ବ୍ରାହ୍ମଣ ମହିଳା କମିଟି ସଦସ୍ଯା ଭାବେ ଭାରତୀ ପଣ୍ଡା, ଶକୁନ୍ତଳା ମହାପାତ୍ର, ସୁନନ୍ଦା ପୁଜାରୀ ମନୋନୀତ ହେଲେ। ଉକ୍ତ ବୈଠକ ରେ ଅନ୍ୟ ମାନଙ୍କ ମଧ୍ଯ ରେ ଅବିନାଶ ପାଣିଗ୍ରାହୀ, ଭବାନି ଶଙ୍କର ପଣ୍ଡା, ଦିଲିପ ମହାପାତ୍ର, ମୀନକେତନ ନାଥ, ଅଜିତ କୁମାର ଧର, ଜଗଦୀଶ ଚନ୍ଦ୍ର ତ୍ରିପାଠୀ, ଚନ୍ଦ୍ର ଶେଖର ନାୟକ, ବେଣୁଧର ଦାଶ, ଅଶୋକ ପଣ୍ଡା,ସୁରଜ କୁମାର ଗୁରୁ,ପ୍ରସନ୍ନ କର, ନିଶିକାନ୍ତ ବିଶ୍ବାଳ, ପଣ୍ଡିତ ରାହାସ ବିହାରୀ ପଣ୍ଡା ଆଦି ଉପସ୍ଥିତ ଥିଲେ।