May 11, 2026

ଭବାନୀପାଟଣାରେ କାଳବୈଶାଖୀର ତାଣ୍ଡବ।

IMG-20250413-WA0015
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଗତ କିଛି ଦିନ ହେଲା ଭବାନୀପାଟଣା ଅଂଚଳରେ ପ୍ରବଳ ଗରମ ସହ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ଗତ କାଲି ଭବାନୀପାଟଣା ତଥା ଆଖପାଖ ଅଂଚଳରେ ସନ୍ଧ୍ୟା ସମୟରେ ଅତି ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। ଏଥିସହ ପ୍ରାୟ 60 ରୁ 70 କି. ମି ବେଗରେ ପବନ ବହି ସହର ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ଜାଗାରେ ବଡ ବଡ ଗଛ ଗୁଡିକ ଭାଙ୍ଗି ରାସ୍ତା ଅବରୋଧ କରିଥିଲା ତଥା ବିଦ୍ୟୁତ ତାର ଗୁଡିକ ଛିଣ୍ଡିଯାଇ ଥିଲା। ଏଥିଯୋଗୁଁ ରାତିତମାମ ସମ୍ପୂର୍ଣ ସହର ଅନ୍ଧାରରେ ରହିଥିଲା। ଏଥିସହ ଅନେକ ଘରର ଟିଣ, ଖପର ଉଡିଯିବା ସହ କଚ୍ଚା ଘର ଗୁଡିକର କ୍ଷତି ହୋଇଛି କିନ୍ତୁ କୌଣସି ଲୋକ ହତାହତ ହେବାର ଜଣାପଡ଼ିନାହିଁ।