November 23, 2024

ଗଞ୍ଜାମ କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର

Share

ଗଞ୍ଜାମ – ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ମହାବିଦ୍ୟାଳୟ ଏଡ଼ିଟରିୟମ ହଲରେ ମଙ୍ଗଳବାର ଦିନ ଛାତ୍ରୀ ଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ କଲେଜ ଅଧକ୍ଷ ପ୍ରବୀଣ କୁମାର ନନ୍ଦ ଏହି ଶିବିରର ଶୁଭାରମ୍ଭ କରିଥିଲେ l ଅନ୍ୟତମ ଅତିଥି ଭାବେ ଡ଼ଃ ଅଶ୍ରିତ ସେଠୀ ଯୋଗ ଦେଇ ଛାତ୍ରୀ ମାନେ ନିଜର ସୁରକ୍ଷା ନିମନ୍ତେ ଆତ୍ମ ତାଲିମ ନେବା ଉଚିତ ବୋଲି ସୂଚନା ଦେଇଥିଲେ l ମମତା ପାଢ଼ୀ, ଓ ଅସ୍ମିତା ପାଢ଼ୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କୁମାରୀ ରିତା ଦାସ ମାଷ୍ଟର ଟ୍ରେନର ଭାବେ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି l ଏହି ଶିବିର ଏକ ସପ୍ତାହ ଧରି ଚଳିବ ବୋଲି କଲେଜ ପକ୍ଷରୁ କୁହାଯାଇଛି l