April 13, 2025
Share

 

ବେଲଗୁଣ୍ଠା,୧୨/୦୪, ଆଜି ଅପରାହ୍ଣ ସମୟରେ ହୋଇଥିବା କାଳ ବୈଶାଖୀରେ ବଜ୍ରପାତ ଯୋଗୁଁ ଜଣେ ଯୁବକର ମୃତ୍ୟୁ ଘଟିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ନେଟଙ୍ଗା ନିକଟସ୍ଥ ରତନପୁର ଗ୍ରାମର ଯୁଧିଷ୍ଠିର ଗୌଡ଼ଙ୍କ ପୁଅ ରବୀନ୍ଦ୍ରନାଥ ଗୌଡ଼ (୩୩) ଅପରାହ୍ଣ ସମୟରେ ମାଧବରୀଡା ଆନିକଟ ନିକଟରେ ଗାଈ ଚରାଉଥିଲେ I ଏହି ସମୟରେ ହଠାତ୍ କାଳବୈଶାଖୀ ଆସିଯିବାରୁ ବଜ୍ରପାତ ହୋଇଥିଲା I ଏହି ବଜ୍ରପାତରେ ରବୀନ୍ଦ୍ରନାଥ ଗୁରୁତର ଆହତ ହୋଇଥିଲେ I ନିକଟରେ ଗାଈ ଚରାଉଥିବା ରବୀନ୍ଦ୍ରଙ୍କ ଦାଦାଙ୍କର ପୁଅ ସନ୍ନ୍ୟାସୀ ଗୌଡ଼ ଏବଂ କିଛି ସ୍ଥାନୀୟ ଲୋକ ରବୀନ୍ଦ୍ରଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ୍ କୁ ଆଣିଥିଲେ I ଡ଼ାକ୍ତର ସେଠାରେ ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ I ରବୀନ୍ଦ୍ରଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି I ରବୀନ୍ଦ୍ର ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କର ଏକ ଛୋଟ ଝିଅ ରହିଛି I ରବୀନ୍ଦ୍ରଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ