September 18, 2026

ପୋତାନଇ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆୟୁସ୍ମାନ ଭାରତ ସ୍ଵାସ୍ଥ୍ୟ କାର୍ଡ ଶୁଭାରମ୍ଭ ..

IMG-20250412-WA0096
Share

 

:ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପୋତାନଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଦ୍ୱାରା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ନୂଆ ଏକକ କାର୍ଡ ବିତରଣ ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ପୋତାନଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ପୋତାନଇ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରି ଡାକ୍ତର ସଞ୍ଜୟ ରାଜ ଙ୍କ ନେତୃତ୍ୱରେ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମତି ସଭ୍ୟ ସତ୍ୟବାନ ମୁଦୁଲି, ଜୋନ ୨ ର ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ସାହୁ , ପୋତାନଇ ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଚିକିତ୍ସା ଅଧିକାରିଣୀ ଡାକ୍ତର ଲୋପା ମୁଦ୍ରା ବରାଳ, କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଆୟୁଷ ଚିକିତ୍ସା ଅଧିକାରିଣୀ ଡାକ୍ତର ସୋମ୍ୟାଦର୍ଶିନି ପ୍ରମୁଖ ଉପସ୍ଥିତ ରହି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଅରୋଗ୍ୟ ଯୋଜନା ,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ନୂଆ ଏକକ କାର୍ଡ ବିତରଣ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ କରିବା ସହ ଜନସାଧାରଣଙ୍କୁ ଏହି କାର୍ଡ ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମ କୁ ପୋତାନଇ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ମମତା ନାୟକ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରି ସୋନାଲି ପ୍ରିୟଦର୍ଶିନୀ ପାତ୍ର, ଯୋଗ ଶିକ୍ଷକ ଅଭୟ ସାମଲ,କଲ୍ୟାଣୀ ମଲ୍ଲିକ, ନାଗମା ଶବର, ଫାର୍ମାସିଷ୍ଟ ବିଶ୍ବରଂଜନ ସାହୁ, ଅନିତା ଦାସ, ,ହରେକୃଷ୍ଣ ସେଠୀ, ମିନର୍ଭା ମହାନ୍ତି, ପ୍ରଶାନ୍ତ ସେଠୀ, ଏବଂ ପୋତାନଇ, ଓ ଗରେଇ ଗ୍ରାମ ପଞ୍ଚାୟତର ସମସ୍ତ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ଶୁଭାରମ୍ଭ ଉତ୍ସବ ରେ ବହୁ ସଂଖ୍ୟାର ଜନସାଧାରଣ ଉପସ୍ଥିତ ଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )