September 18, 2026

ଏସ ବି ଆଇ ଏଟିଏମ ଉଠିଗଲା ନା ନୂଆ ମେସିନ ଆସି ଲାଗିବ ସନ୍ଦେହ ରେ ଗ୍ରାହକ

IMG-20250410-WA0017
Share

 

କୋଲନରା 🙁 ସଞ୍ଜୀବ କଣ୍ଡାଗରୀ ) କୋଲନରା ଦୈନିକ ବଜାର ଛକରେ ଥିବା ଏସ ବି ଆଇ ଏଟିଏମ ଏକ ମାସ ପାଖା ପାଖି ବନ୍ଦ ପଡିବା ପରେ ଗତ ମାସ ୨୭ ତାରିଖରେ ଏହାର ମେସିନ ଏଠାରୁ ଖୋଲି ନେଇ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଏହି ଏ ଟି ଏମ ର ନୂଆ ମେସିନ ବ୍ୟାଙ୍କ କତ୍ତୃପକ୍ଷ ଆଣି ପୁଣି ଏଠାରେ ବସେଇବେ ନା ଏଠାରୁ ସମ୍ପୂର୍ଣ୍ଣ କାଢ଼ି ନେଇଗଲେ ତାହାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏହି ଏଟିଏମ ୩୨୬ ନମ୍ବର ଜାତୀୟ ରାଜ ପଥ ପାର୍ଶ୍ଵରେ ଓ ବ୍ଲକ ହେଡ କ୍ୱାଟର ଛକରେ ରହି ଥିବାରୁ ଅଞ୍ଚଳ ର ଲୋକଙ୍କ ପାଇଁ ବହୁ ଉପଯୋଗୀ ଥିଲା। କିନ୍ତୁ କିଛିଦିନ ଏହି ମେସିନ ଠିକ କାମ କରିବା ପରେ ବାରମ୍ବାର ଅଚଳ ହେବା ଓ ଏବେ କାଉଣ୍ଟର ସଟର ପକେଇ ଦେଇ ବନ୍ଦ ରହିବା ଯୋଗୁଁ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ତେବେ ବ୍ୟାଙ୍କ କତ୍ତୃପକ୍ଷ ଏଟିଏମ ବ୍ୟବହାର କାରୀଙ୍କ ଠାରୁ କାର୍ଡ ଠାରୁ ଆରମ୍ଭ କରି ବ୍ୟବହାର ଓ ମେସେଜ ବାବଦକୁ ଆକାଉଣ୍ଟରୁ ଅର୍ଥ କାଟି ନେଉଥିବା ବେଳେ ସୁବିଧାରେ ଲୋକେ କିଭଳି ଏଟିଏମ ବ୍ୟବହାର କରି ଟଙ୍କାର ଆବଶ୍ୟକତା ପୂରଣ କରି ପାରିବେ ସେ ଦିଗରେ ଗୁରୁତ୍ୱ ନ ଦେବା ଗ୍ରାହକ ଙ୍କୁ ନିରାଶ କରୁଛି। ଏହି ଏଟିଏମ କୁ ଭରସା କରି ବିଭିନ୍ନ ସ୍ଥାନରୁ ଲୋକେ ଯିବା ଆସିବା ବେଳେ ଏଠାରେ ଟଙ୍କା ଉଠାଇବାକୁ ସ୍ଥିର କରି ଆସି ନିରାଶ ହୋଇ ଫେରି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏବେ ଏଠାରୁ ମେସିନ ନେଇଯିବା ଓ କାଉଣ୍ଟର ତାଲା ପକାଇ ଦେବା ବିଷୟକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ଜାରି ରହିଛି। ଏଠାରେ ଉଲ୍ଲେଖ ଥାଉକି ଏହି ଏଟିଏମ ଉପରେ ସ୍ଥାନୀୟ ଲୋକଙ୍କ ସମେତ ଜେକେପୁର , ରାୟଗଡା, ମୁକୁନ୍ଦପୁର, ରାୟଗଡା ବ୍ଲକର ମଧ୍ୟ ଅନେକ ପଞ୍ଚାୟତର ଲୋକେ ନିର୍ଭର କରି ଏଠାକୁ ଆସୁଥିବା ବେଳେ ଏହା ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବାରୁ ଲୋକେ ବହୁ ଆଶାରେ ଏଠାକୁ ଟଙ୍କା ଉଠାଇବା ଲକ୍ଷ୍ୟରେ ଆସିଥାନ୍ତି। ସେହିପରି ଜେକେପୁର ଏସ ବି ଆଇ ଏଟିଏମ ଓ ରାୟଗଡା ସହରରେ ମଧ୍ୟ ଏଭଳି ଅନେକ ଏଟିଏମରେ ଟଙ୍କା ରାହୁନଥିବା ଶୁଣିବାକୁ ମିଳୁଛି। ତେବେ ଏଭଳି ସମସ୍ୟା କାହିଁକି ହେଉଛି ଓ ଏହା କେତେଦିନରେ ସ୍ବଭାବିକ ହେବ ତାହା ବ୍ୟାଙ୍କ କତ୍ତୃପକ୍ଷ ଜଣାଉ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ହେଉଥିବା କହୁଛନ୍ତି। ତେବେ ଷ୍ଟେଟବ୍ୟାଙ୍କ କତ୍ତୃପକ୍ଷ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ହଜାର ହଜାର ଏଟିଏମ କାର୍ଡ ଧାରି ଦାବି କରିଛନ୍ତି।