May 10, 2026

୧୧ରୁ ବଣ୍ଟା ହେବ ଆୟୁଷ୍ମାନ କାର୍ଡ, ଜନସେବା କେନ୍ଦ୍ର ଟଙ୍କା ମାଗିଲେ କାର୍ଯ୍ୟାନୁଷ୍ଠାନ*

IMG-20250409-WA0042
Share

 

 

ଆସନ୍ତା ୧୧ ତାରିଖରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ)ର ହେବ ଶୁଭାରମ୍ଭ । ରାଜ୍ୟବ୍ୟାପି ଏହି କାର୍ଯ୍ୟକ୍ରମ କରାଯିବ । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମଧ୍ୟ ଏବିପିଏମ୍‌ଜେଏୱାଇ- ଜିଜେଏୱାଇର ଶୁଭାରମ୍ଭ ହେବ । ଏଥିପାଇଁ ମଙ୍ଗଳବାର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଡ ପାଇଁ ଅଧାର ଲିଙ୍କ୍‌ କରିବାକୁ ପଡ଼ିବ । ଯଦି କୌଣସି ଜନସେବା କେନ୍ଦ୍ର ଏଥିପାଇଁ ଟଙ୍କା ଦାବି କରନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ମେୟର ।

 

ମୁଖ୍ୟତଃ ଏବିପିଏମ୍‌ଜେଏୱାଇ- ଜିଜେଏୱାଇ କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ, କେଉଁମାନେ ପାଇବେ, ଏହାର ଅବଧି କେତେ ଦିନ, କେଉଁମାନଙ୍କୁ କେତେଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ମିଳିପାରିବ ଆଦି ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ୧୧ ତାରିଖରେ ମହାନଗର ନିଗମ ଅଞ୍ଚଳରେ ଥିବା ୨୨ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକକାଳୀନ ସଚେତନତା କାର୍ଯ୍ୟକ୍ରମ କରାଯିବ । ପ୍ରତି ୱାର୍ଡର ୨୫ ଜଣ ହିତାଧିକାରୀଙ୍କୁ କାର୍ଡ ଦିଆଯିବ । ପରେ ପର୍ଯ୍ୟାୟକ୍ରମେ ସମସ୍ତ ବିପିଏଲ୍‌ ତଥା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଥିବା ସମସ୍ତ ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । ଏଥିରେ ପ୍ରତି ପରିବାରକୁ ସରକାରୀ କିମ୍ବା ତାଲିକାଭୁକ୍ତ ବେସରକାରୀ ଡାକ୍ତରଖାନାରେ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ।