ଉମରକୋଟ ରେ ୧୧ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା……
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଯୋଜନା ରେ ଉମରକୋଟ ର ୧୧ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାରେ ଯାଇଛନ୍ତି। ସେଥି ମଧ୍ୟରୁ ୧୦ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି। ଏହି ବରିଷ୍ଠ ନାଗରିକ ମାନେ ପ୍ରଥମେ ରାୟଗଡ଼ା ଯିବେ ସେଠାରୁ ଅଯୋଧ୍ୟା ଓ ବାରାଣସୀ ଯିବେ। ରବିବାର ଦିନ ସମସ୍ତେ ଉମରକୋଟ ଫେରିବେ। ବିଦାୟ କାଳୀନ ସମୟରେ ପୌରଦକ୍ଷା ଶ୍ରୀମତୀ ରାଧା ଭତ୍ର।, ନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ଚନ୍ଦ୍ର ଅନୁଗୁଳିଆ, ନାରାୟଣ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
