May 10, 2026

ଉମରକୋଟ ଠାରେ ମୁଖ୍ୟମନ୍ତ୍ରୀ ଇଣ୍ଟେରକ୍ଳବ ଜ଼ିଲ୍ଲା ସ୍ତରୀୟ ଫୁଟବଲ କପ ଟୁର୍ନାମେଣ୍ଟ ଉଦଘାଟିତ…..

IMG-20250408-WA0025
Share

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ରାଜ୍ୟରେ ପ୍ରଥମ ଥର ପାଇଁ ଆୟୋଜନ ହୋଇଥିବା ୧୫ ବର୍ଷରୁ କମ ଖେଳାଳି ଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଫୁଟବଲ କପ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି | ଏହା ୭ ତାରିଖ ସୋମବାର ଠାରୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଉମରକୋଟ ବିଜୁ ପଟନାୟକ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ | ଟୁର୍ନାମେଣ୍ଟ ର ସୁ ପରିଚାଳନା ପାଇଁ ପୂର୍ବରୁ ରାଜ୍ୟ ଫୁଟବଲ ପର୍ଯ୍ୟବ୍ୟକ୍ଷକ ସୁନୀଲ କୁମାର ମିତ୍ର ପରିଦର୍ଶନ କରିଛନ୍ତି |ଏହି ଟୁର୍ନାମେଣ୍ଟ ରେ ୧୩ ଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିବା ବେଳେ, ଏହାର ଉଦ୍ଘାଟନ ଉତ୍ସବ ସହ ଆଜି ଦିନ ୨ ଟା ସମୟ ରେ ଉଦ୍ଘାଟନ ମ୍ୟଚ ଆରମ୍ଭ ହୋଇଛି | ଏହି ଉତ୍ସବ ରେ ଆମ ଅଞ୍ଚଳ ର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି | ଏହାଛଡ଼ା ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ,

ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ବିଧାୟକ ନର୍ସିଙ୍ଗଭତ୍ରା ,

ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ବରିଷ୍ଠ ବିଜେପି ନେତା ରମେଶ କୁମାର ସାହୁ,ପୌର ଅଧକ୍ଷା ରାଧା ଭତ୍ରା, ଉପାଧ୍ୟକ୍ଷ ସୁଧାଂଶୁ ଦାଶ,ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ସାଂସଦ ପ୍ରତିନିଧି ରାମ ନାୟକ,ନବରଙ୍ଗପୁର ଜିଲ୍ଲାପାଳ ଡ଼କ୍ଟର ଶୁଭଙ୍କର ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ, ଅତିରିକ୍ତ ଜ଼ିଲ୍ଲାପାଳ ତପନକୁମାର ଖୁଣ୍ଟିଆ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜ଼ିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ପାତ୍ର, ଉମରକୋଟ ତହସିଲଦାର ମଗବାନ ବାଗ, ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଅତିରିକ୍ତ ତହସିଲଦାର ନୀଳାମ୍ବର ପୂଜାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ, କ୍ରୀଡା ସଙ୍ଘ ସମ୍ପାଦକ ପ୍ରହଲାଦ ତ୍ରିପାଠୀ ସଭାପତିତ୍ୱ କରିଥିଲେ | ସେହିପରି କ୍ରୀଡ଼ାସଙ୍ଘ ଉପସଭାପତି ଏମ. ବାଳକୃଷ୍ଣ ରାଓ, ହକି ସମ୍ପାଦକ ଦୁର୍ଗା ପ୍ରସାଦ ମଲ୍ଲିକ, ଇଣ୍ଡୋର ସମ୍ପାଦକ କୃଷ୍ଣ ପ୍ରସାଦ ପଟନାୟକ, ଜ଼ିଲ୍ଲା ମହିଳା କ୍ରୀଡା ସଂଯୋଜକ ଇଂ. ଚନ୍ଦନା ମଲ୍ଲିକ, କ୍ରୀଡ଼ାସଙ୍ଘ ଯୁଗ୍ମ ସମ୍ପାଦକ ମନୋଜ ପଟନାୟକ, କ୍ରୀଡ଼ାବିତ ଅଶୋକ କୁମାର ସାହୁ ଶଶାଙ୍କ ଶେଖର ବେହେରା, ରବି ସୁନା, ସପନ ବୈରାଗୀ କିଶୋର କୁମାର ସିଲ ଦୁର୍ଯ୍ୟ ହରିଜନ ଏବଂ ଜ଼ିଲ୍ଲା କ୍ରୀଡା ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଫୁଟବଲ ପ୍ରତିଯୋଗିତା ର ପରିଚାଳନା କରିଥିଲେ | ଏହି ପରିପେକ୍ଷୀରେ ବହୁ ସଂଖ୍ୟା ରେ ଯୋଗଦେଇ ଫୁଟବଲ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ହେବେ ବୋଲି ଜ଼ିଲ୍ଲା କ୍ରୀଡ଼ାସଙ୍ଘ ସମ୍ପାଦକ ପ୍ରହଲାଦ ତ୍ରିପାଠୀ ଅନୁରୋଧ କରଛନ୍ତି |