April 18, 2025

ପାଲା ଗାଁ ପରମ୍ପରା ପୁନଃ ବିନ୍ୟାସ ଅପେକ୍ଷାରେ। 

Share

 

ବୋଲଗଡ଼,(ଉପାନ୍ତ ଖବର) :ପାଲା ସଂସ୍କୃତି ଓଡ଼ିଶାର ଅନ୍ୟତମ ପ୍ରାଚୀନ ସଂସ୍କୃତି । କେଉଁ କାଳରୁ ଯଥା ରାଜା ରାଜୁଡ଼ା ଶାସନ ସମୟରୁ ପାଲା ସଂସ୍କୃତି ପ୍ରଚଳିତ,ଏପରିକି ପାଲା ଗାଁ ମାନଙ୍କରେ ଜୀବନର ଅଂଶ ବିଶେଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଆମର ସାହିତ୍ୟ ମହାନ କାବ୍ୟ ସହିତ ସଂସ୍କୃତିର ପରିଚାୟକ ଅଟେ। ଏଥିରେ ବାଦ୍ୟ ଯନ୍ତ୍ର ନିହାତି ଅଳ୍ପ କେତୋଟି ବ୍ୟବହାର କରାଯାଏ। ଯାହା କି ମୁଖ୍ୟତଃ ପାଲା ସାନ୍ଧ୍ୟ କାଳୀନ ଗ୍ରାମରେ ବହୁ ସମାବେଶ ମଧ୍ୟରେ ପରିବେଷଣ କରାଯାଇ ଥାଏ। ଏଥିରେ ଜଣେ ଗାୟକ ଓ ପାଳିଆ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥାଏ।

 

ମାହାରୀ ନୃତ୍ୟ ରୁ ଓଡ଼ଶୀ , ଗୋଟିପୁଅ ଏବଂ ଓଡ଼ଶୀ ସଂକୀର୍ତ୍ତନ ସୃଷ୍ଟି । ସଂକୀର୍ତ୍ତନ ର ପ୍ରବର୍ତ୍ତକ ହେଉଛନ୍ତି ଶ୍ରୀ ଚୈତନ୍ୟ । ଏହି ସଂକୀର୍ତ୍ତନ ରୁ ସୃଷ୍ଟି ହୋଇଛି ପାଲା ସଂସ୍କୃତି । ପାଲା ପ୍ରଥମେ ବୈଠିକି ପାଲା ହେଲା ପରେ ପ୍ରଥମେ ରାସ ତାପରେ ଗୀତିନାଟ୍ୟ ତାପରେ ଖୋଲାମଞ୍ଚ ନାଟକିୟ ଶୈଳି ରେ ବର୍ତ୍ତମାନ ଚାଲୁଅଛି । ଓଡ଼ଶୀ ସଙ୍ଗୀତ , ବାଦ୍ୟ , ତାଳ , ଛାନ୍ଦ , ଚଉପଦୀ , ରାଗ ରାଗିଣୀ , ଭୂଗୋଳ , ଇତିହାସ ଓ ବିଜ୍ଞାନ ର ସମିଶ୍ରଣରେ ପାଲା ସଂସ୍କୃତି ର ପରିଚୟ । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ରେ ସଙ୍ଗୀତ ଓ ସଙ୍ଗୀତର ତାଳ , ମାନ , ଲୟରେ ଓଡ଼ିଆ ସଂସ୍କୃତି କୁ ରୁଦ୍ଧିମନ୍ତ କରୁଛି । ପୂର୍ବ ସମୟରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପାଲା ଗାୟକ ମାନେ ପାଲା ପରିବେଷଣ କରି ଗଜପତିଙ୍କ ଠାରୁ ବିଭିନ୍ନ ଉପାଧିରେ ଭୂଷିତ ହୋଇଛନ୍ତି । ତେଣୁ ପାଲା ସଂସ୍କୃତି ଓଡ଼ିଶାରେ ବହୁଳ ଭାବରେ ପରିଚିତ। ସେ ଯାହା ହେଉନା କାହିଁକି ଏହି ପାଲା ମାଧ୍ୟମରେ ଅନେକ ଶିକ୍ଷା ମିଳିଥାଏ। ମୋଟି କହିବାକୁ ଗଲେ ପାଲା ଆମ ପରମ୍ପରା ର ଅଂଶବିଶେଷ ଅଟେ। କିନ୍ତୁ ଏହି ପାଲାର ପୁନର୍ବିନ୍ୟାସ ସମ୍ଭବ ଯେତେବେଳେ ପ୍ରତେକ ଗ୍ରାମରେ ନିଜର ଅନୁଷ୍ଠାନ ନିଜର ଭାଷା ଏବଂ ସାହିତ୍ୟ କୁ ବଞ୍ଚାଇବା ଉଦେଶ୍ୟରେ ଚେଷ୍ଟା କରିବ ସେତେବେଳେ ଏହି ପରମ୍ପରା ଗାଁ ଗାଁ ରେ ଏବେକାର ପିଢି ସହିତ ଯୋଡ଼ି ହୋଇ ଆସନ୍ତା ପିଢିକୁ ଏହାର ଗୁରୁତ୍ୱ କୁ ଉପଲବ୍ଧି କରି ନୂତନ ଭାବେ ସଞ୍ଚାରଣ ହୋଇପାରିବ।

 

ସମ୍ବାଦଦାତା-ସୁଶାନ୍ତ କୁମାର ପ୍ରଧାନ।