April 18, 2025

ବିଷପାନ କରି ବୃଦ୍ଧଙ୍କ ମୃତ୍ୟୁ 

Share

 

ବୁଗୁଡା : ତା ୦୬/୦୪/୨୫ : ବୁଗୁଡ଼ା ଥାନା ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ଜନୈକ ବୃଦ୍ଧ ବିଷପାନ କରି ମୃତ୍ଯୁ ବରଣ କରିଥିବା ଜଣାଯାଇଛି। ମୃତକ ଜଣକ ହେଲେ ରଙ୍କନିଧି ଘଡେଇ (୬୦)।ପ୍ରକାଶ ଯେ, ଦୀର୍ଘଦିନ ହେଲା ରଙ୍କନିଧି ନିଜର ସ୍ବାସ୍ଥ୍ୟଗତ ସମସ୍ଯା ଯୋଗୁଁ କଷ୍ଟ ପାଉଥିଲେ। ତେବେ ଗତକାଲି ରାତିରେ ସେ ମଦରେ ବିଷ ମିଶାଇ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା ।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ଯବଛେଦ ପାଇଁ ପଠାଇବା ସହ କେସ୍ ନଂ- ୫/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି।

You may have missed