May 10, 2026

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଅବଦାନ ଅବିସ୍ମରଣୀୟ

IMG-20250402-WA0005
Share

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଅବଦାନ ଅବିସ୍ମରଣୀୟ
ନବୀନ ପାଠାଗାର ଓ ସାହିତ୍ଯ ପ୍ରତିଷ୍ଠାନ ତରଫରୁ ୯୦ତମ ଉତ୍କଳ ଦିବସ ପାଳିତ

ବ୍ରହ୍ମପୁର,୧/୪: ସ୍ବତନ୍ତ୍ର ପ୍ରଦେଶ ଗଠନରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଅବଦାନ ଅବିସ୍ମରଣୀୟ ବୋଲି ବିଶିଷ୍ଟ ବକ୍ତାମାନେ ମତପ୍ରକାଶ କରିଛନ୍ତି। ମଙ୍ଗଳବାର ଅପରାହ୍ଣରେ ସ୍ଥାନୀୟ ନବୀନ ଭବନ ପରିସରରେ ‘ନବୀନ ପାଠାଗାର ଓ ସାହିତ୍ଯ ପ୍ରତିଷ୍ଠାନ’ ତରଫରୁ ପ୍ରତିଷ୍ଠାନର ଉପଦେଷ୍ଟା ଡ. ଡମ୍ବରୁଧର ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ୯୦ତମ ଉତ୍କଳ ଦିବସ ସମାରୋହରେ ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ଡ. ବାୟାମନୁ ଚର୍ଚ୍ଚି ଯୋଗଦେଇ କହିଥିଲେ ଯେ ରମ୍ଭା ସମ୍ମିଳନୀରେ ଗଞ୍ଜାମ ସମ୍ମିଳନୀ ଜନ୍ମ ନେଇଥିଲା ଏବଂ ଗଞ୍ଜାମ ସମ୍ମିଳନୀରୁ ଉତ୍କଳ ସମ୍ମିଳନୀର ଜନ୍ମ । ତେଣୁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବିଭକ୍ତ ଗଞ୍ଜାମର ଅବଦାନ ଅବିସ୍ମରଣୀୟ ବୋଲି ସେ ବକ୍ତବ୍ଯ ଉପସ୍ଥାପନ କରିଥିଲେ।ପ୍ରତିଷ୍ଠାନର କାର୍ଯ୍ଯକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି କହିଥିଲେ । ନବୀନର ସଂପାଦକ ତଥା ପ୍ରତିଷ୍ଠାନର ସଭାପତି ରବି ରଥ, ଶିକ୍ଷାବିତ୍ ଶରତଚନ୍ଦ୍ର ପଣ୍ଡା, ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଅବନୀ ଗୟା, ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଶିକ୍ଷାବିତ୍ କାମରାଜୁ ମହାରଣା, ସମାଜସେବୀ ରାମକୃଷ୍ଣ ପାତ୍ର, ବନ୍ଦନା ମହାପାତ୍ର, ଏସ୍.ପ୍ରକାଶ ଚନ୍ଦ୍ର ପାତ୍ର, ସୁଜିତ କୁମାର ପଣ୍ଡା, ବିଜୟ କୁମାର ପାଢୀ, ସାମ୍ବାଦିକ ରଞ୍ଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ସୁଶାନ୍ତ କର, ମାନସ ରଞ୍ଜନ ତ୍ରିପାଠୀ, ଅଭିମନ୍ଯୁ ନାୟକ, ବିଜୟ କୁମାର ପାଢୀ, ସାମ୍ବାଦିକ ପଦ୍ମଚରଣ ଦାଶ(ଗୀତା ବାଚସ୍ପତି), ନବୀନର ପ୍ରକାଶିକା ମଞ୍ଜୁ ରଥ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ
କରାଯାଇଥିଲା।
ରବି ରଥ
ସଂପାଦକ, ନବୀନ।