September 18, 2026

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉତ୍କଳ ଦିବସ ପାଳିତ

IMG-20250401-WA0043
Share

ବୁଗୁଡ଼ା : ତା ୦୧/୦୪/୨୫ : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ୟୁ.ରବି କୁମାରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ସିଆରସିସି କିରଣ ବାଳା ତ୍ରିପାଠୀ ଯୋଗ ଦେଇ ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉତ୍କଳ ଦିବସର ଅନୁଚିନ୍ତା ସମ୍ପର୍କେ ଆଲୋକପାତ କରିଥିଲେ। ସେହିପରି ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ପୌରହିତ୍ୟରେ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଟଲ ଲିଙ୍ଗରାଜଙ୍କ ସଭାପତିତ୍ବରେ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ହରିହର ମହାରଣାଙ୍କ ଅଧ୍ଯକ୍ଷତାରେ ଉତ୍କଳ ଦିବସ ପାଳିତ ହୋଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳର ବରପୁତ୍ରମାନଙ୍କ ଅବିସ୍ମରଣୀୟ ଭୂମିକା ସମ୍ପର୍କେ ଆଲୋଚନା କରାଯାଇଥିଲା।