November 17, 2024

କାଶୀପୁର ଠାରେ ଚୈତ୍ର ଯାତ୍ରା ଶେଷ ହୋଇଯାଇଛି

Share

(ରିପୋର୍ଟ ରବିରାଜ ବୈଦ୍ୟ)

ରାୟଗଡା ଜିଲ୍ଲାକାଶୀପୁର ଠାରେ ଶେଷ ହୋଇଛି ଶ୍ରୀ ଶ୍ରୀ ଶ୍ରୀ ମା। ଗଙ୍ଗା ଦେବୀ ଠାକୁରାଣୀଙ୍କ ଚୈତ୍ର ପର୍ବ ।ନଅ ଦିନ ଧରି ଏହି ଯାତ୍ରାରେ ମଙ୍ଗଳବାର ଦିନ ଶେଷ ହୋଇଯାଇଛି । କେଉଁରାଜ ରାଜୁଡା ଅମଳ ରୁ ଚାଲି ଆସୁଥିବା ଏହି ପରମ୍ପରା କୁ ପ୍ରତେକ ବର୍ଷ ଚୈତ୍ର ମାସରେ ଅନୁଷ୍ଠିତ ହୋଇଥାଏ ପ୍ରତେକ ଦିନ ମା ସନ୍ଧ୍ୟା। ଭ୍ରମଣରେ ବାହାରି ଗାଁର ସବୁ ସାହି ବୁଲି ନଡ଼ିଆ କଦଳୀ ପଣା ଲିଆ ମୁହାଁ ସହ ଦୀପ ଧୂପରେ ମା ଙ୍କୁ ସ୍ୱାଗତ କରା ଯାଇ ଥାଏ । ଦୀପ ଧୂପରେ। ଗାଁ ସାରା ବାସ୍ନା ମୟ। ହେବା ସହ ମା ଙ୍କ ଉପସ୍ଥିତି ସହଜରେ ବାରିହୋଇ ପଡୁଥାଏ ସନ୍ଧ୍ୟା ଭ୍ରମଣ ସାରି। କମିଟି ଭାଇ ମାନଙ୍କ ଦ୍ଵାରା ଅନୁଷ୍ଠିତ ଯାତ୍ରା ମଣ୍ଡପରେ ରେ ବିଜେ କରନ୍ତି ସେଠାରେ ବହୁ ଦୁର ଦୁରାନ୍ତ ରୁ ଆସିଥିବା କଳାକାର ଓ ସ୍ଥାନୀୟ କଳାକାରଙ୍କ ଦ୍ବାରା ଅନୁଷ୍ଠିତ ଡେମ୍ସା ପୌରାଣିକ ନାଟକ ଫାର୍ସ ଦେଖିବା ପରେ ମା ମନ୍ଦିର କୁ ଫେରି ଆସନ୍ତି ମା ଠାକୁରାଣୀ ଗ୍ରାମ ଦେବୀସହ ପ୍ରତକ୍ଷହୋଇ ଥିବା ହେତୁ ଏଠାରୁ ଯାଇ ଆମେରିକା ରେ ରହୁ ଥିବା ଭକ୍ତ ବି ଚାଲି ଆସନ୍ତି ଯାତ୍ରା ସମୟରେ ଆମେ ପ୍ରତିକ୍ରିୟା ନେଇଥିଲୁ ସେ ଭକ୍ତ ଙ୍କ ସେ କହିଥିଲେ ପ୍ରଘାଡ଼ ଭକ୍ତି ରହିଛି ଠାକୁରାଣୀଙ୍କ ଠାରେ ଆଜି ସେ ଯେଉଁ ସ୍ଥାନରେ ଅଛନ୍ତି କେବଳ ମା ଙ୍କ ପାଇଁ ସମ୍ଭବବୋଲି କହିଛନ୍ତି ବିଗତ ତିନି ବର୍ଷ କରନା କଟକଣା ଯୋଗୁଁ ଯାତ୍ରାରେ ବାଧା ସୃଷ୍ଟି। ହୋଇଥିବା ବେଳେ ଏବର୍ଷ ବହୁ ଧୁମ ଧାମ ରେ ମା ଙ୍କ ଯାତ୍ରା ସମାପ୍ତ ହୋଇ ଥିଲା।