July 14, 2026

ଗାଧୋଇବାକୁ ଯାଇ ଅସାବଧାନତା ଯୋଗୁଁ ମୃତ୍ୟୁ, ପରିବାର ଙ୍କୁ ସାକ୍ଷାତ କଲେ ଜିଲ୍ଲା ଶିକ୍ଷା ଅଧିକାରିଣୀ

IMG-20230405-WA0069
Share

 

:ସାନଖେମୁଣ୍ଡି ୦୫/୦୪/୨୦୨୩ :- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ମହାନଳା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରୁ ଜଣେ ଯୁବକଙ୍କ ମୃତ ଦେହ ମିଳିଛି l ମୃତ ଯୁବକ ଜଣକ ହେଲେ ମହାନଳା ଗ୍ରାମର ଉମାକାନ୍ତ ସାହୁ l ଉମାକାନ୍ତ ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ପାଣିରେ ବୁଡ଼ିଯାଇଥିଲେ l ନିକଟରେ କେହିବି ନଥିବାରୁ ସେ ଉଦ୍ଧାର ହୋଇପାରିନଥିଲେ l ପରେ ପାଣିରେ ଭାସିବା ଦେଖି ଲୋକେ ପୋଲିସ ଓ ଅଗ୍ନିଶମକୁ ଖବର ଦେଇଥିଲେ l ପୋଲିସ ଓ ଅଗ୍ନିଶମ ଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇ ମେଡିକାଲ କୁ ପଠାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ଏମକେସିଜି କୁ ପଠାଇ ଦେଇଥିଲେ l ସ୍ୱର୍ଗତ ଉମାକାନ୍ତ ସାନଖେମୁଣ୍ଡି ଶିକ୍ଷା କାର୍ଯ୍ୟାଳୟରେ ପିଅନ ଭାବେ କାଯ୍ୟ କରୁଥିଲେ, କିଛିଦିନ ହେବ ସେ ଗଞ୍ଜାମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ ହୋଇ କାର୍ଯ୍ୟ କରୁଥିଲେ l ଉମାକାନ୍ତଙ୍କ ମୃତ୍ୟୁ ଖବର ଶୁଣି ଜିଲ୍ଲା ଶିକ୍ଷାଧିକାରୀଣୀ ଶ୍ରୀମତୀ ଵିନିତା ସେନାପତି , ସାନଖେମୁଣ୍ଡି ବିଈଓ କୁରେଶୁ ସେଠୀ, ଏବିଈଓ ଶୁକଦେବ ମଲ୍ଲିକ, ଏବିଈଓ ଆକୁଳ ଚନ୍ଦ୍ର ଚୌଧୁରୀ ସ୍ବର୍ଗତ ଉମାକାନ୍ତଙ୍କ ମହାନଳା ସ୍ଥିତ ବାସଭବନକୁ ଆସି ଉମାକାନ୍ତଙ୍କ ଆମର ଆତ୍ମାର ସଦଗତି କାମନା କରି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଗୁରୁଛାତ୍ର କଲ୍ୟାଣ ପାଣ୍ଠିରୁ ୧୦୦୦୦ ଟଙ୍କା ଓ ନିଜସ୍ୱ ଅଫିସ ର ସ୍ୱତନ୍ତ୍ର ପାଣ୍ଠିରୁ ୧୦୦୦୦ ଟଙ୍କା ସର୍ବ ମୋଟ କୋଡିଏ ହଜାର ଟଙ୍କା ପ୍ରଦାନ କରିଥିଲେ l ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା

You may have missed