ବାଲିପଦରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର 

IMG-20230405-WA0061
Share

 

ବୁଗୁଡା: ତା ୦୫/୦୪/୨୩ ବୁଗୁଡା ବ୍ଳକ ଅନ୍ତର୍ଗତ ବାଲିପଦର ଗ୍ରାମରେ ବ୍ଳକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀଙ୍କ ପକ୍ଷରୁ ସ୍ବ ବାସଭବନ ପରିସରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।  ଉକ୍ତ ଶିବିରକୁ ଆୟୋଜିକା କେ.ପ୍ରିୟଦର୍ଶିନୀ ଆଚାରୀ ଉଦଘାଟନ କରିଥିଲା ବେଳେ ଏଥିରେ ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, କେ.ନୀଳ ମାଧବ ଆଚାରୀ, କେ.ମନୋଜ କୁମାର ଆଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଶଙ୍କର ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ଶିବିରରେ ମୋଟ ୬୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୧୬ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଉକ୍ତ ଚିକିତ୍ସାଳୟକୁ ପଠାଯାଇଥିଲା।

You may have missed