May 10, 2026

ଗ୍ରାମପଞ୍ଚାୟତ ସ୍ତରରେ ସୁଭଦ୍ରା ଯୋଜନା ସଚେତନତା ପଦଯାତ୍ରା

IMG-20250308-WA0015
Share

 

 

କୋଲନରା : (ସଞ୍ଜୀବ କୁମାର କଣ୍ଡାଗରୀ ) ରାୟଗଡା ଜିଲ୍ଲା କୋଲନରା ବ୍ଲକରେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ୧୭ ଗୋଟି ଗ୍ରାମ ପଞ୍ଚାୟତ ରେ ସୁଭଦ୍ରା ଯୋଜନାକୁ ନେଇ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। କୋଲନରା ଗୋଷ୍ଟି ଉନ୍ନୟନ ଅଧିକାରୀ ରୀନା ପ୍ରଧାନ ଓ କୋଲନରା ଶିଶୁ ବିକାଶ ଅଧିକାରୀ ବିଜୟ ଲକ୍ଷ୍ମୀ ନିଷଙ୍କ ଙ୍କ ମିଳିତ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସୁଭଦ୍ରା ହେଲ୍ପ ଡେସ୍କର କର୍ମଚାରୀ ଏବଂ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟର ମହିଳା ପରିଦର୍ଶିକା ମାନେ ପରିଚାଳନା ରେ ସହାୟତା କରିଥିଲେ। ଏଥିରେ ସୁଭଦ୍ରା ହିତାଧିକାରୀ, ଏସ ଏଚ ଜି ମହିଳା ସଭ୍ୟା, ବ୍ଲକ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ, ଗୋଷ୍ଠୀ ନେତୃବୃନ୍ଦ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ପିଇଓ ଏବଂ ଆଇ ସି ଡି ଏସ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସମସ୍ତ ଗ୍ରାମ ପଞ୍ଚାୟତ ରେ କାର୍ଯ୍ୟାଳୟରୁ ସୁଭଦ୍ରା ରାଲିରେ ବାହାରି ଗ୍ରାମ ପରିକ୍ରମା କରି ପୁଣି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ମହିଳା ସଶକ୍ତିକରଣ ସଂପର୍କରେ ବୁଝାଇବା ସହିତ ଲିଙ୍ଗଗତ ସମାନତା, ଆନ୍ତର୍ଜାତୀୟ ମହିଳା ଦିବସ ର ଗୁରୁତ୍ୱ, ସାମାଜିକ କାର୍ଯ୍ୟକ୍ରମ ଓ ସ୍ଥାନୀୟ ପ୍ରଶାସନରେ ଗୋଷ୍ଠୀର ଅଂଶଗ୍ରହଣ କୁ ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା କରାଯାଇଥିଲା।