March 13, 2025

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା କିଶୋରି ମେଳା ଅନୁଷ୍ଠିତ 

Share

 

କୋଲନରା : (ସଞ୍ଜୀବ କୁମାର କଣ୍ଡାଗରୀ ): କୋଲନରା ବ୍ଲକ ଅନ୍ତର୍ଗତ ଭୋଇମଡା ସଦର ଗ୍ରାମ ପଞ୍ଚାୟତରେ ଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କିଶୋରି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ରେଖାପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡ.ଅଭିଷେକ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୋଇମଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ମେଲ୍ ୱାର୍କର କୃଷ୍ଣଚନ୍ଦ୍ର ସାହୁ, ସ୍ଥାନୀୟ ଏଏନଏମ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଉକ୍ତ ମେଳାରେ ଉଭୟ କିଶୋର ଓ କିଶୋରୀ ମାନଙ୍କୁ ସରକାରଙ୍କ ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ଏବଂ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ସମ୍ପର୍କରେ ଆଲୋକପାତ କରାଯାଇଥିଲା | ପରେ ଉଭୟ କିଶୋର ଓ କିଶୋରି ମାନଙ୍କୁ ନେଇ ଗୀତ, ମ୍ୟୁଜିକ୍ ଚେୟାର, ଲେମ୍ବୁ ଚାମଚ, ଦୌଡ ଆଦି ପ୍ରତିଯୋଗୀତା କରାଯାଇ କୃତି କିଶୋର କିଶୋରିଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମକୁ ସୁପର ଭାଇଜର୍ ଲଙ୍କେଶ୍ଵରୀ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ରେଖାପଦର ଓ ଭୋଇମଡା ପଞ୍ଚାୟତର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ | ଏଥିରେ ରେଖାପଦର, ସିନ୍ଧୁବାଇ, ଭୋଇମଡା, ପାଣ୍ଡରତୋଳା, ସାଲିବି, ଇରକୁଟି, କିନାରୀମୋଡା, ବେଲେଙ୍ଗା ପଦର, ବୁର୍ଜୁ ଗୁଡ଼ା, ସାଲିବି, ମୂର୍ତ୍ତେଲି, ରେଙ୍ଗାଲ ପାଡୁ ଓ ୱାର୍ଦ୍ଧା ଅଙ୍ଗନବାଡି କେନ୍ଦ୍ର ଅଧୀନରେ ଥିବା ୧୧ରୁ ୨୧ ବର୍ଷର ଉଭୟ କିଶୋର ଓ କିଶୋରୀ ମାନେ ଯୋଗ ଦେଇଥିଲେ |