September 22, 2026

କୈଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ 

IMG-20250308-WA0013
Share

କୋଲନରା (ସଞ୍ଜୀବ କୁମାର କଣ୍ଡାଗରୀ ): କୋଲନରା ବ୍ଲକ ଅନ୍ତର୍ଗତ କୈଳାସପୁର ସଦର ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି.ଧର୍ମାରାଓଙ୍କ ସଭାପତିତ୍ବରେ ଆୟୋଜିତ ବାର୍ଷିକ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିତୃଦେବ ବିଡିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାନଖିଲାପଦର୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ | ସ୍ଥାନୀୟ ସରପଞ୍ଚ ହେମାବତୀ କଣ୍ଡାଗରୀ, ସିଆରସିସି ବାଳକୃଷ୍ଣ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅରୁଣ କୁମାର ନାୟକ ଓ ୱାର୍ଡ ସଭ୍ୟା ଚାନ୍ଦିନୀ ମାଣ୍ଡାଙ୍ଗି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦ୍ଵୀପ ପ୍ରଜ୍ଜ୍ୱଳନ କରାଯିବା ପରେ ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରାଓ ବାର୍ଷିକ ବିବରଣୀ ପାଠ କରିଥିଲେ | ଏହିଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ସାମାଜିକ ସ୍ତରରେ ବିକାଶ ହେବା ସହ ଅଧ୍ୟୟନରେ ମଧ୍ୟ ସହାୟକ ହୋଇଥାଏ ଏବଂ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକଶିତ ହୋଇଥାଏ ବୋଲି ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ | ପରେ ବିଦ୍ୟାଳୟରେ ଆୟୋଜିତ ବାର୍ଷିକ କ୍ରୀଡାର କୃତୀ ଛାତ୍ରଛାତ୍ରୀ ଏବଂ ଚଳିତ ଶିକ୍ଷା ବର୍ଷର ଅର୍ଦ୍ଧ ବାର୍ଷିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥି ଦ୍ଵାରା ପୁରସ୍କୃତ କରି ଉତ୍ସାହିତ କରିଥିଲେ | ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଏହି ଅବସରରେ ବିଦ୍ୟାଳୟ ତରଫରୁ ଆୟୋଜିତ ଆମ ସଂସ୍କୃତି, ଆମ ଖେଳନା, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ, ଗଣିତ ଓ ବିଜ୍ଞାନ ଟି.ଏଲ୍.ଏମ କର୍ମଶାଳା ଷ୍ଟଲ ପ୍ରଦର୍ଶନ କରାଯାଇଥିଲା | ଏଥିରେ ଅନକାବାଡି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ପଟ୍ଟନାୟକ, ଲାଲିବି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵନାଥ ଉର୍ଲାକା, କେଉଁଝୋରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ରାଓ ଓ ଲିଙ୍ଗାଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚଞ୍ଚଳା ପ୍ରଧାନ ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ | ସାନଖିଲାପଦର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶତପଥୀ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ କେଦାରନାଥ ପଣ୍ଡା ଓ ଶିକ୍ଷୟିତ୍ରୀ ରେବତୀ ପାଲାକା ଉପସ୍ଥିତ ରହି ସହଯୋଗ କରିଥିଲେ | ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ରାଓ ଧନ୍ୟବାଦ ଅର୍ପଣ କରିଥିଲେ |

You may have missed