November 22, 2024
Share

ତାରିଖ ୧୭/୦୧/୨୦୨୩ ମଙ୍ଗଳବାର ।

୧-୧% ଧନୀଙ୍କର ଅଛି ଦେଶର ୪୦% ସମ୍ପତ୍ତି : Oxfam ରିପୋର୍ଟରେ ବଡ଼ ଖୁଲାସା ।

୨-ମଧୁପାଟଣା ଅଞ୍ଚଳର ଶ୍ରୀରାମନଗର ନିକଟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଢେଇ ବର୍ଷର ଛୋଟିଆ ଶିଶୁର ତଣ୍ଟିକୁ ଚିପି ମାରିଦେଇଛନ୍ତି ନିଜେ ମାଆ । ଶିଶୁର ମୃତ୍ୟୁ ହେବା ପରେ ନିଜେ ମାଆ ମଧ୍ୟ ଏକ ଶାଢି ବ୍ୟବହାର କରି ଆତ୍ମହତ୍ୟା କରିଛନ୍ତି ।

୩-ହାଇଦ୍ରାବାଦ୍‌ରେ ଏକ ତିନି ମହଲା ବିଲଡିଂରୁ ଖସି ପଡ଼ିବାରୁ ଜଣେ ସ୍ୱିଗୀ ଡେଲିଭରୀ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି। ୨୩ ବର୍ଷୀୟ ମହମ୍ମଦ ରିଜୱାନ ଏଠାରେ ଖାଇବା ଡେଲିଭରୀ କରିବାକୁ ଆସିଥିଲା। ଏହି ସମୟରେ ଏକ ପାଳିତ କୁକୁର ତାଙ୍କର ପିଛା କରିଥିଲା। ଯେଉଁଥି ପାଇଁ ସେ ବିଲଡିଂରୁ ଉପରୁ ଖସି ପଡିଥିଲ।

୪-ପୁରୁଷ ହକି ବିଶ୍ଵ କପ୍ ୨୦୨୩: ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ୩-୩ରେ ଡ୍ର ।

୫-ବିଶ୍ୱମଞ୍ଚରେ ଚମକିଲା ‘ଆରଆରଆର’: ମିଳିଲା ସର୍ବଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମ ।

୬-ରାଉରକେଲାରେ ଆରମ୍ଭ ହେଲା ‘ସରସ ମେଳା’: ୨୫୦ଟି ଷ୍ଟଲ, ୨୭ ଯାଏଁ ଚାଲିବ ମେଳା ।

୭-ପଡୋଶୀ ପାକିସ୍ତାନରୁ ଆସିଲା ବିକଳ ଚିତ୍ର: ଖାଦ୍ୟ ପାଇଁ ଅଟା ଟ୍ରକ୍ ପଛରେ ଗୋଡାଉଛନ୍ତି ଲୋକେ।

୮-ଦୁର୍ଘଟଣାର ୧୭ ଦିନ ପରେ ପନ୍ତଙ୍କର ପ୍ରଥମ ଟ୍ୱିଟ୍‌: ଆପଣମାନଙ୍କ ପାଖରେ ମୁଁ କୃତଜ୍ଞ ।

୯-ଜେଲ ଫେରନ୍ତା ପ୍ରସୂତୀ ମହିଳାଙ୍କ ମୃତ୍ୟୁ ଘଟଣା ଅଣ୍ଡିରାକଞ୍ଚ ଥାନା ଅଧିକାରୀ, ଏସଆଇଙ୍କ ବଦଳି ଦାବି ।

୧୦-ଚିତ୍କାର କରୁଛି ନେପାଳର ପୋଖରାନ: ମୃତ ପ୍ରିୟଜନଙ୍କ ଶବ ନେବା ପାଇଁ ଡାକ୍ତରଖାନାରେ ଜମିଛି ସମ୍ପର୍କୀୟଙ୍କ ଗହଳି

୧୧-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୫ଟି ଗ୍ରୀଡ ସବଷ୍ଟେସନ ଲୋକାର୍ପିତ: ୨୫୦ କୋଟି ଖର୍ଚ୍ଚ, ୪ଟି ଜିଲ୍ଲାର ୨ ଲକ୍ଷ ଲୋକ ହେବେ ଉପକୃତ ।

୧୨-ହକି ବିଶ୍ୱକପ: ମାଲେସିୟା ୩-୨ରେ ବିଜୟୀ, ପ୍ରଥମ ମ୍ୟାଚରେ ହାରିଲା ଚିଲି ।

୧୩-ହକି ବିଶ୍ୱକପରେ ନେଦରଲ୍ୟାଣ୍ଡ୍ସ ବିଜୟ ଅଭିଯାନ ଜାରି, ନ୍ୟୁଜିଲ୍ୟାଣ୍ଡକୁ ୪-୦ଗୋଲରେ ହରାଇଲା ନେଦରଲ୍ୟାଣ୍ଡ୍ସ ।

୧୪-ଅଣ୍ଡର-୧୯ ମହିଳା ବିଶ୍ଵକପ: ଭାରତୀୟ ଖେଳାଳିଙ୍କ ଧୂଆଁଧାର ଇନିଂସ ଯୋଗୁଁ ୧୨୨ ରନରେ ହାରିଲା ୟୁଏଇ ଦଳ ।

୧୫-ୟୁକ୍ରେନ ଆପାର୍ଟମେଣ୍ଟ ଉପରେ ଋଷିଆର ମିଜାଇଲ ମାଡ । ଲଗାତାର ୩୩ଟି କ୍ଷେପଣାସ୍ତ୍ର ମାଡ କରିଛି ପୁଟିନ ବାହିନୀ ।

୧୬-Royal Enfield Super Meteor 650 ଲଞ୍ଚ୍, କମ୍ପାନୀର ସବୁଠାରୁ ଦାମୀ ଓ ନୂଆ ଫିଚର ଥିବା ଟୁ-ହ୍ୱିଲର।

୧୭-ପାକିସ୍ତାନର ମୁଖା ଖୋଲିଲେ ପାକ ହକି ଟିମର କୋଚ୍: କହିଲେ, ୯ ମାସ ହେବ ଦରମା ଦେଉନି ପାକିସ୍ତାନ ।

୧୮-ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ହିନ୍ଦୁ ଅଧ୍ୟୟନ କେନ୍ଦ୍ର, ବିଶ୍ୱବିଦ୍ୟାଳୟ ଗଠନ କଲା ୧୭ ସଦସ୍ୟର ଏକ କମିଟି ।

୧୯-୯୫୧ କୋଟିରେ ମହିଳା ଆଇପିଏଲ ମିଡିଆ ରାଇଟ୍‌ ପାଇଲା ଭାୟକମ୍‌ ୧୮ ।

୨୦-ଆଉ ନାହାଁନ୍ତି ଲୋକପ୍ରିୟ ଗୀତିକାର ନାସିର ଫରାଜ ।

ସୁପ୍ରଭାତ ,ଶୁଭ ସକାଳ