May 15, 2025

ପୁରୀ ପୌରସଦନ ଠାରେ ଶ୍ରୀ ଜଗନ୍ନାଥ ଶିଶୁ ବିହାର ଓ ତପୋବନ ଆଦର୍ଶ ବିଦ୍ୟାଳୟ ର ମିଳିତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି।

Share

ପୁରୀ ପୌରସଦନ ଠାରେ ଶ୍ରୀ ଜଗନ୍ନାଥ ଶିଶୁ ବିହାର ଓ ତପୋବନ ଆଦର୍ଶ ବିଦ୍ୟାଳୟ ର ମିଳିତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗ ଦେଇ ଥିଲେ।ଉଦ୍ଘାଟନ ଡକ୍ଟର ସ୍ବାମୀ ଶଙ୍କରାନନ୍ଦ ସରସ୍ଵତି ,ମୁଖ୍ୟ ବକ୍ତା ବରିଷ୍ଠ ଓକିଲ ଶକ୍ତି ଶଙ୍କର ମିଶ୍ର,ସମ୍ମାନିତ ଅତିଥି ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର ,ଶ୍ରୀମନ୍ଦିର ପୁରୋହିତ,ସଭାପତିତ୍ବ କରିଥିଲେ ଅନୁଷ୍ଠାନ ଏ ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ। ଆନୁଷ୍ଠାନିକ ଭାବେ ବାର୍ଷିକ ଉତ୍ସବ କୁ ଉଦ୍ଘାଟନ କରି ଶିକ୍ଷା ଏକ ଜୀବନ ବ୍ୟାପି ପ୍ରକ୍ରିୟା ବୋଲି ଅଭିହିତ କରିଥିଲେ।ଆଦେଶ ଦେବା ଭାରି ସହଜ କିନ୍ତୁ ଆଦେଶ ପାଳନ କରିବା ଏକ ଦୁରୁଃହ ବ୍ୟାପାର। ଭଲ ମଣିଷ ହୋଇ କଳୁଷିତ ସମାଜ କୁ ଦିଗ୍ଦର୍ଶନ ଦେବା ଆଜିର ଆବଶ୍ୟକତା ବୋଲି ମତବ୍ୟକ୍ତ କରିଥିଲେ। ରୂପ ରଙ୍ଗ ରସ ରେ ବିମୋହିତ ଉଦଭ୍ରାନ୍ତ ଯୁବ ସମାଜ, ପିଲାମାନଙ୍କୁ ଉପଯୁକ୍ତ ଭାବେ ଲାଳନ ପାଳନ କରି ଭଲ ମଣିଷ ଟିଏ କରିବାକୁ ଅନୁରୋଧ।ପ୍ରାରମ୍ଭ ରେ ଡକ୍ଟର ଆଚାର୍ଯ୍ୟ ଙ୍କ ଅଥିଥି ପରିଚୟ ଓ ସ୍ବାଗତ ଭାସନ୍ ପରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅନ୍ନପୂର୍ଣ୍ଣା ପାଣି, ସୁଶ୍ରୀ ସଂଯୁକ୍ତା ସାହୁ ବାର୍ଷିକ ବିବରଣୀ ପାଠ କରିବା ପରେ ସ୍ବାଗତ ସଙ୍ଗୀତ, ଡ୍ରିଲ, ଯୋଗ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟ ହୋଇଥିଲା ବାର୍ଷିକ କ୍ରୀଡା ରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିଲା।

ପ୍ରକଳ୍ପ ସଂଯୋଜିକ ଶ୍ରୀମତୀ ଅନିତା ମିଶ୍ର ଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ପରିବେଶ ର କୁ ପ୍ରଭାବ ଦ୍ଵାରା କିଭଳି ସାଧାରଣ ଲୋକଙ୍କ ଅସୁବିଧା ହେଉଛି।ପୋଲିସ ବିଭାଗର ର କାର୍ଯ୍ୟରତ କର୍ମଚାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦଳାଇ ଙ୍କୁ ପରିବେଶ ବିତ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇ ଥିଲା। ତରୁଣ କବି ଦାମୋଦର ପରିଡା,ପ୍ରଶାନ୍ତ କୁମାର ତ୍ରିପାଠୀ,ପ୍ରକାଶ କୁମାର ଦାସ, ପ୍ରକାଶ କୁମାର ଆଚାର୍ଯ୍ୟ,ଦିନମଣି ବଳ,ସୁଦର୍ଶନ ପଣ୍ଡା,ପ୍ରଭାତୀ ଦାସ, ପ୍ରତାପ ଚନ୍ଦ୍ର ଦାସ,କିରଣ କୁମାର ସାହୁ,ପ୍ରତାପ ଅଚର୍ୟ କର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ