May 10, 2026

ଚଳିତ ମାସ ୨୭ ତାରିଖ ଦିନ କଟକ ବାରବାଟି ଷ୍ଟାଡିୟମ୍ ସ୍ଥିତ ତେନ୍ଦୁଲକର ହଲ ପରିସରରେ ଅଲ୍ ଓଡ଼ିଶା ରେସଲିଂ ଚାମ୍ପିଅନସିପ ଅନୁଷ୍ଠିତ ହେବାକୁ ଯାଉଛି

IMG-20250225-WA0039
Share

           ଚଳିତ ମାସ ୨୭ ତାରିଖ ଦିନ କଟକ ବାରବାଟି ଷ୍ଟାଡିୟମ୍ ସ୍ଥିତ ତେନ୍ଦୁଲକର ହଲ ପରିସରରେ ଅଲ୍ ଓଡ଼ିଶା ରେସଲିଂ ଚାମ୍ପିଅନସିପ ଅନୁଷ୍ଠିତ ହେବାକୁ ଯାଉଛି ।ଏଥିରେ ପୁରୀ ଜିଲ୍ଲାରୁ ୮ ଜଣ ପୁରୁଷ ଏବଂ ୮ ଜଣ ମହିଳା କୁସ୍ତି ବିତ୍ ଭାଗନେବାକୁ ଯାଉଛନ୍ତି ।ତେଣୁ ପୁରୀ ସହର ର ବିଭିନ୍ନ ଜାଗା ଆଖେଡା ଯଥା ବାରବାଟି ଜାଗା ,ଖୁଣ୍ଟିଆ ଜାଗା,ଗୁରୁ ହନୁମାନ ଆଖେଡ଼ା, ପଞ୍ଚମୁଖି ଜାଗା,ରାସ ମହାନ୍ତି ଜାଗା,ସିବିଚ କ୍ଳବ୍,ଉଜିବିକି ବ୍ୟାମ କ୍ରୀଡା ପରିଷଦ,ଜଗନ୍ନାଥ ବଲ୍ଲଭ ଆଖଡ଼ା, ଢିପ ଜାଗା ର ଅନେକ କୁସ୍ତି ବିତ ଙ୍କୁ ନେଇ ବଡ଼ଶଙ୍ଖ ସ୍ଥିତ ରାଣୀ ସତୀ ଭବନ ପରିସରରେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି ।ଏହି ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା କୁସ୍ତି ସଂଘର ଉପସଭାପତି ରାମ ଚନ୍ଦ୍ର ପାଢି,ପୂର୍ବତନ ଓଡ଼ିଶା କୁସ୍ତି ସଂଘର ସଭାପତି ରାମ ଚନ୍ଦ୍ର ଦାସ ମହାପାତ୍ର,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ପୂର୍ବତନ କ୍ରୀଡା ସଂପାଦକ ରବି ଶଙ୍କର ପ୍ରତିହାରୀ ଯୋଗଦାନ କରି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ ।କର୍ମକର୍ତ୍ତା ଭାବରେ କୃଷ୍ଣ ଚନ୍ଦ୍ର ଦାସ,ଶ୍ୟାମ ସୁନ୍ଦର ମହାପାତ୍ର,ସନ୍ତୋଷ କୁମାର ସାହୁ,କୃଷ୍ଣ ମୋହନ ପାତ୍ର,ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଯୋଗଦାନ କରିଥିଲେ ।ଏହି ପ୍ରତିଯୋଗିତା ଆଠଟି ବିଭାଗରେ ଖେଳା ଯିବାକୁ ଥିବା ବେଳେ ଓଜନ ବିଭାଗରେ ପୁରୁଷ ମାନଙ୍କ ଓଜନ ୫୭.୬୧.୬୫,୭୦,୭୪,୭୯,୮୬,୯୨ ଓ ମହିଳା ବିଭାଗର ଓଜନ ୫୦,୫୩,୫୫,୫୭,୫୯,୬୨,୬୫,୬୮ କେଜି ପର୍ଯ୍ୟନ୍ତ ରହିବ ବୋଲି ପୂର୍ବତନ କ୍ରୀଡା ସଂପାଦକ ରବି ଶଙ୍କର ପ୍ରତିହାରୀ ସୂଚନା ପ୍ରଦାନ କରିଛନ୍ତି ।ସମସ୍ତ କ୍ରୀଡାବିତ୍ ମାନଙ୍କୁ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍,ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ