March 1, 2025

ଅଖିଳ ଭାରତୀୟ ଗ୍ରାହକ ସେବା କଲ୍ୟାଣ ପରିଷଦ ର ରାଜ୍ୟ ଆବାହକ ଙ୍କୁ ବିପୁଳ ସମ୍ବର୍ଦ୍ଦନା ପ୍ରଦାନ ..

Share

 

ତିର୍ତ୍ତୋଲ

 

ସାମ୍ପ୍ରତିକ ସମାଜରେ ଦେଖିବାକୁ ମିଳୁଛି ଯେ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ରେ ଅପମିଶ୍ରଣ କରାଯାଉଛି l ପେଟ୍ରୋଲ ଡିଜେଲ ଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରିରେ କରାଯାଉଛି ଅପମିଶ୍ରଣ l ଏହାକୁ ରୋକିବାକୁ ଆରମ୍ଭ ହୋଇଛି ଏକ ବୈପ୍ଲବିକ ସଚେତନ ଅନୁଷ୍ଠାନ l ସାରା ରାଜ୍ୟରେ ନିଖିଳ ଭାରତୀୟ ଗ୍ରାହକ ସେବା କଲ୍ୟାଣ ପରିଷଦ ନାମରେ ସାଧାରଣ ଲୋକଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରାଯାଇ ପାରୁଛି l ଏହିପରି ଏକ ଅନୁଷ୍ଠାନର ରାଜ୍ୟ ଆବାହକ ଭାବରେ ତିର୍ତ୍ତୋଲର ଯୁବ ସମାଜସେବୀ ବିବେକାନନ୍ଦ ହୋତାଙ୍କୁ ନିୟୋଜିତ କରାଯାଇଥିବାରୁ, ଜିଲ୍ଲା ତରଫରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଦିତ ଓ ସୁଭେତ୍ସା ଦିଆଯାଇଛି l ଏହି ଉପଲକ୍ଷେ ତିର୍ତ୍ତୋଲ ର ଆନନ୍ଦ ମଣ୍ଡପ ସଭାଗୃହରେ ଏକ ବୈଠକ ଆୟୋଜିତ ହୋଇଥିଲା l ଏହି ବୈଠକରେ ଆମନ୍ତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ପ୍ରିନ୍ସପାଲ ଜ୍ଞାନଜ ସାମନ୍ତରାୟ, ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, କନକପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଦେବ ପ୍ରସାଦ ମହାନ୍ତି, ରାଜ୍ୟ ସ୍ତରୀୟ ଉପସଭାପତି ଶରତ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷାଧିକାରୀ ପବିତ୍ର କୁମାର କର, ମହିଳା ସଭାପତି ସ୍ନେହମୟୀ ଆଚାର୍ଯ୍ୟ l ବୈଠକ ପରିଚାଳନା ପଣ୍ଡିତ ଡଃ. ସିଦ୍ଧେଶ୍ବର ପଣ୍ଡା କରିଥିବା ବେଳେ, ବୈଠକ ଉଦଘାଟନ କରିଥିଲେ ପଣ୍ଡିତ ଶିଶିର କୁମାର ପଣ୍ଡା l ବେଦ ମନ୍ତ୍ରର ଉଚ୍ଚାରଣ ମଧ୍ୟରେ ଶ୍ରୀଯୁକ୍ତ ବିବେକାନନ୍ଦ ହୋତାଙ୍କୁ ଅତିଥିମାନେ ସମ୍ବର୍ଦ୍ଦିତ କରିଥିବାର ଦେଖିବାକୁ ମିଳିଥିଲା l

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର ।