May 10, 2026

ହରଭଙ୍ଗୀ ଜଳସେଚନ ପ୍ରକଳ୍ପ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ ..

IMG-20250225-WA0004
Share

ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ପାହାଡିଆ ନକ୍ସଲ ପାଦୃର୍ଭାବ ଅଞ୍ଚଳ ଭାବେ ପରିଚିତ ଥିବା ଗରଡମା ଗ୍ରାମ ପଞ୍ଚାୟତ କୁ ଯୁଗ୍ମ ଜନଶୁଣାଣୀ ପାଇଁ ଆସିଥିବା ବେଳେ ହରଭଙ୍ଗି ଜଳ ସେଚନ ପ୍ରକଳ୍ପ ଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ହେଉଥିବା ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ତଦାରଖ କରିଥିଲେ। ଜିଲ୍ଲାପାଳ ଙ୍କ ତଦାରଖ ସମୟରେ ସଙ୍ଗରେ ଥିଲେ ଜିଲ୍ଲା ସ୍ତରୀୟ ଅଧିକାରୀ ଙ୍କ ସମେତ ହରଭଙ୍ଗି ପ୍ରକଳ୍ପ ର ଅଧିକାରୀ ଙ୍କ ସମେତ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ। ଜିଲ୍ଲାପାଳ ପରିଦର୍ଶନ ସମୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଶୀଘ୍ର ଶେଷ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।