May 11, 2026

ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ସାଉଥ୍ ଡ଼ି ଏଫ୍ ଓ ..

IMG-20250224-WA0011
Share

 

 

 

ଭଞ୍ଜନଗର(ସୁକାନ୍ତ କୁମାର ନାୟକ)ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଗତ କିଛି ଦିନ ହେଲା ଜଣେ ମହିଳା ରକ୍ତ ପାଇଁ ସଂଘର୍ଷ କରି ନିରାଶ ହୋଇଥିଲେ। ଏସମ୍ପର୍କରେ ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ରକ୍ତଦାନ ଭଳି ମହାନ୍ କାର୍ଯ୍ୟ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।ଜଗନ୍ନାଥ ପ୍ରସାଦ ବ୍ଲକ କୁମୁଣ୍ଡା ଗ୍ରାମର ମନୋରଞ୍ଜନ ମିଶ୍ର(୫୪)ବର୍ଷ।ରକ୍ତ ଅଭାବ କାରଣରୁ ଗତ କିଛି ହେଲା ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ।ଭଞ୍ଜନଗର ରକ୍ତ ଭଣ୍ଡାରରୁ ପ୍ରଥମ ଦିନ ତାଙ୍କୁ ଗୋଟିଏ ୟୁନିଟ ରକ୍ତ ମିଳିଥିବା ବେଳେ ଆହୁରି ରକ୍ତର ଆବଶ୍ୟକତା ଥିଲା।ଫଳରେ ତାଙ୍କ ପତ୍ନୀ ମାନିନୀ ମିଶ୍ର କିଛି ଦିନ ହେଲା ରକ୍ତ ଯୋଗାଡ଼ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାଇ ନଥିଲେ।କୌଣସି ସୂତ୍ରରୁ ଖବର ପାଇ ମାନିନୀ ସମାଜସେବୀ ଜୟକୃଷ୍ଣ ପଟ୍ଟନାୟକଙ୍କ ସହ ଏବିଷୟରେ ଆଲୋଚନା କରିଥିଲେ।ପୂର୍ବରୁ ରକ୍ତଦାନ ପାଇଁ ଆଗ୍ରହ ପ୍ରକାଶ କରିଥିବା ସାଉଥ୍ ଡ଼ିଏଫ୍ଓ ବିନୋଦ ଆଚାର୍ଯ୍ୟ ଙ୍କୁ

ଶ୍ରୀ ପଟ୍ଟନାୟକ ଯୋଗାଯୋଗ କରିବାରୁ ସେ ତୁରନ୍ତ ଆସି ରକ୍ତଦାନ କରିଥିଲେ।ଏହା ଦେଖି ମନୋରଞ୍ଜନ ଙ୍କ ପରିବାର ଶ୍ରୀ ଆଚାର୍ଯ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।ପୂର୍ବରୁ ବହୁବାର ଶ୍ରୀ ଆଚାର୍ଯ୍ୟ ରକ୍ତଦାନ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି।ତାଙ୍କର ଏହି ସେବା ମନୋବୃତ୍ତି ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବା ସହ ଭଗବାନ ତାଙ୍କୁ ଦୀର୍ଘ ଯିବି କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।