May 10, 2026

ଅସହାୟ ଅଜଣା ବ୍ୟକ୍ତିର ଉଦ୍ଧାର..

IMG-20250220-WA0039
Share

ଅସହାୟ ଅଜଣା ବ୍ୟକ୍ତିର ଉଦ୍ଧାର,। ଜଗତସିଂହପୁର ଜିଲ୍ଲା ପଣ୍ଡୁଆ ପଞ୍ଚାୟତର ଅଢ଼ାଙ୍କୁର ଗ୍ରାମ ଏକ ଆଦର୍ଶ ଗ୍ରାମ ହୋଇଥିବା ବେଳେ ଗ୍ରାମର ଶିକ୍ଷିତ ଯୁବକ ମାନଙ୍କୁ ନେଇ ଏକ ସ୍ୱେଛାସେବୀ ସଂଗଠନ ବଜରଙ୍ଗି ଯୁବ ପରିଷଦ ସର୍ବଦା ସମାଜ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରି ଆସୁଛି,ଆଜି ଏକ ଅସହାୟ ଅଜଣା ବ୍ୟକ୍ତିଙ୍କୁ ପାଇଁ ତାର ସେବା ଶୁଶ୍ରୁଷା କରି ବ୍ୟକ୍ତିଟି କେମିତି ନିଜ ସ୍ଥାନରେ ଠିକ୍ ସେ ପହଁଚିବ ଯୁବ ପରିଷଦର କର୍ମକର୍ତ୍ତାମାନେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି,କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଥିଲେ ସୁବ୍ରତ ମଲ୍ଲିକ, ଆଶୁତୋଷ ଦାସ, ବୁଟୁ ଦାସ,ଲିପୁନ ଦାସ,ସତ୍ୟବ୍ରତ ରାଉତ,ଓ ଅନ୍ୟ ସକ୍ରିୟ ସଭ୍ୟମାନେ,ସଭାପତି ସୁବ୍ରତ ମଲ୍ଲିକ ଅନ୍ୟାନ୍ୟ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବା ବେଳେ ସମାଜ ସେବା କ୍ଷେତ୍ରରେ ତାଙ୍କ ପୂର୍ଣ୍ଣ କୃତିତ୍ୱ ରହିଛି,ଏଭଳି କାମ ପାଇଁ ବଜରଙ୍ଗି ଯୁବ ପରିଷଦକୁ ଅଢାଙ୍କୁର ଗ୍ରାମବାସୀଙ୍କ ସହ ପଣ୍ଡୁଆ ପଞ୍ଚାୟତର ସମସ୍ତ ବୁଦ୍ଧିଜୀବୀ ସାଧୁବାଦ୍ ସହ କୃତଜ୍ଞତା ଜଣାଇଛନ୍ତି,. ଶାରଦା ପ୍ରସନ୍ନ ପରିଜାଙ୍କ ରିପୋର୍ଟ