May 10, 2026

ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟର ଆଜି ହେଉଛି ଦ୍ୱିତୀୟ ଦିନ

IMG-20250220-WA0037
Share

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ତତ୍ୱଭାନରେ ବ୍ରହ୍ମପୁର ବିଶ୍ଵଦ୍ୟାଳୟରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତ୍ୟ ଏବଂ ସାଂସ୍କୃତିକ ପ୍ରତିଯୋଗିତାର ଗୁରୁବାର ଥିଲା ଦ୍ୱିତୀୟ ଦିନ। ଆଜି କବିତା ଆବୃତ୍ତି, ଶାସ୍ତ୍ରୀୟ ସଙ୍ଗୀତ(ଏକକ), ଓଡ଼ିଆ ପ୍ରବନ୍ଧ ଲିଖନ

ସୁଗମ ସଙ୍ଗୀତ(ଏକକ),ବାଦ୍ୟଯନ୍ତ୍ର ପ୍ରତିଯୋଗୀତା ଓ ପରେ ପରେ ସଂକୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଥିଲା ପୁରା ବ୍ରହ୍ମପୁର ବିଶ୍ଵଦ୍ୟାଳୟ ପରିସର । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ କର୍ମକର୍ତା ପ୍ରତ୍ୟକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଓଡିଶାର ୧୭ଟି ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନିଜ ନିଜ ଅଭିନୟ ଓ ପ୍ରଦର୍ଶନରେ ବିଚାରକ ମଣ୍ଡଳୀ କା ମନ ମୋହିଥିଲେ । ଏହି ମେଗା ପ୍ରତିଯୋଗିତା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଶେଷ ଦିନ ବା ଉଦ୍ଯାପନୀ ଉତ୍ସବରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।