ମଣ୍ଡି ଅନୁଧ୍ୟାନ କଲେ ତହସିଲଦାର

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକର ବିଭିନ୍ନ ପଂଚାୟରେ ଥିବା ଧାନ ମଣ୍ଡି ବୁଲି ଅନୁଧ୍ୟାନ କରିଥିଲେ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର l ସନ୍ତୋଷପୁର ଓ଼ ହୁମ୍ମା ମଣ୍ଡିକୁ ଯାଇ ବୁଧବାର ପୂର୍ବାହ୍ନରେ ଏବଂ ଅପରାହ୍ନରେ ଗୋଖରକୁଦା ମା ତାରାତାରିଣୀ ମଣ୍ଡି ଦାୟିତ୍ୱରେ ଥିବା ସ୍ୱୟଂ ସାହାୟକ ମହିଳାଙ୍କ ସହ ଆଲୋଚନା କରିଥିଲେ l ଏଥିସହ ସ୍ଥାନୀୟ ଅଂଚଳର ଚାଷୀ ମାନଙ୍କ ସହ ଆଲୋଚନା କରିବା ସହ ମଣ୍ଡି ର ବ୍ୟବସ୍ଥା ଓ଼ ଅବ୍ୟବସ୍ତା ସମ୍ପର୍କରେ ଚାଷୀ ମାନଙ୍କୁ ପଚାରି ବୁଝିଥିଲେ ତହସିଲଦାର ମିଶ୍ର l ଗଞ୍ଜାମ ଏନ ଏ ସି ଭାରତୀ ବିଦ୍ୟାପୀଠ ମିନି ଷ୍ଟାଏଡିୟମ ମଣ୍ଡି ଅବ୍ୟବସ୍ତା ନେଇ କିଛି ଚାଷୀ ଅଭିଯୋଗ କରିଥିଲେ l