May 10, 2026

ବନ୍ୟଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ଏବଂ ଶିକାରୀଙ୍କ ମୋଟରସାଇକେଲ୍ ଜବତ 

IMG-20250219-WA0038
Share

 

 

ବେଲଗୁଣ୍ଠା, ୧୯/୦୨, ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଉଥିବା ବେଳେ ବିଦ୍ୟୁତ୍ ତାର ବିଛାଇ ବନ୍ୟ ଜନ୍ତୁ ଶିକାର କରିବା ସାଧାରଣ ଘଟଣାରେ ପରିଣତ ହୋଇସାରିଲାଣି I ଏହିପରି ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାରକୁ ଜବତ କରିଛି ବନ ବିଭାଗ I ସୂଚନା ପ୍ରକାରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବାରୁ ଏହାର କାରଣ ଜାଣିବା ପାଇଁ ବିଦ୍ୟୁତ୍ ବିଭାଗ ପାଟ୍ରୋଲିଂ କରୁ୍ଥିବା ବେଳେ ଗତକାଲି ଡେଙ୍ଗାପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟେ ବନ୍ୟଜନ୍ତୁ ଶିକାର ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ହୁକିଙ୍ଗ୍ ହୋଇଥିବା ଜାଣିପାରି ବନ ବିଭାଗକୁ ଖବର ଦେଇଥିଲେ I ଉଭୟ ବନ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବାର ଜାଣିପାରି ସେଠାରୁ ଶିକାରୀ ମାନେ ସେମାନଙ୍କ ମୋଟରସାଇକେଲ୍ ଛାଡ଼ି ଦୌଡ଼ି ପଳାଇଥିଲେ I ସେଠାରୁ ବନ ବିଭାଗ ଗୋଟିଏ ମୋଟରସାଇକେଲ୍, ଜିଆଇ ତାର ଏବଂ ଶିକାର ପାଇଁ ବ୍ୟବହାର କରାଯାଇଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ I ଏହି ଚଢାଉରେ ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହି ଯନ୍ତ୍ରୀ ଇଂଜିନିୟର କେ କେ ଚାନ୍ଦ୍, ସୁପରଭାଇଜର ଅମିତ୍ ପ୍ରଧାନ, ରେଞ୍ଜର୍ ପୃଥ୍ୱୀରାଜ ପ୍ରଧାନ, ଏସିଏଫ୍ଓ ବିବେକ ଦାସ୍, ବନପାଳ ସନ୍ତୋଷ କୁମାର ପାତ୍ର ଏବଂ ଜିତେନ୍ଦ୍ର ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ I ପ୍ରକାଶ ଥାଉକି ଶିକାରୀ ମାନେ ବିଦ୍ୟୁତ୍ ତାର ବିଛାଇ ବନ୍ୟଜନ୍ତୁ ଶିକାର କରୁ୍ଥିବା ବେଳେ ବହୁ ସମୟରେ ଏଥିରେ ଗାଈ, ଗୋରୁ ଏପରିକି ମଣିଷ ମଧ୍ୟ ଶିକାର ହୋଇଯାଇଥିବା ନଜିର ରହିଛି l ତେବେ ବାରମ୍ବାର ଏହିପରି ଘଟଣା ଘଟୁଥିବାରୁ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I

 

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ