February 23, 2025

ଉମରକୋଟ ରେ ପୁଣି ବାଂଲା ଦେଶୀ ଅନୁ ପ୍ରବାସୀ ଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି………..

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଗତ ଅଗଷ୍ଟ ମାସରେ ବାଙ୍ଗଲାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ବର୍ବରତା ଆକ୍ରମଣ ଘଟଣା ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଦେଶରେ ଲୁଚି ରହିଥିବା ବାଙ୍ଗଲାଦେଶୀ ଶରଣାର୍ଥୀ ସୀମାବର୍ତ୍ତି ଅଞ୍ଚଳରେ ପ୍ରବେଶ କରିବା ଆଶଙ୍କା କରି ଓଡିଶା – ଛତିଶଗଡ଼ ସୀମାନ୍ତ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଠାରେ ଗାଁ ଗାଁ ରେ ଯୁବ ଗୋଷ୍ଠୀ ଏକତ୍ରିତ ହୋଇ ସଜାଗ ହୋଇଥିଲେ l ଉମରକୋଟ ବ୍ଲକ ସଦରମହକୁମା ଓ ପୌରାଞ୍ଚଳରେ କିଛି ଘର ମାଲିକ ବିନା ପରିଚୟ ପତ୍ରରେ ବାହାର ବ୍ୟବସାୟୀ ମାନଙ୍କୁ ଘର ଭଡ଼ା ସୂତ୍ରରେ ରଖିଥିବା ବେଳେ ଯେଉଁ ବିବାଦ ସୃଷ୍ଟି ହେଲା ଅଧିକାଂଶ ବ୍ୟବସାୟୀ ବାଙ୍ଗଲାଦେଶୀ ଶରଣାର୍ଥୀ ଯୋଗୁଁ ରାତା ରାତି ଅଞ୍ଚଳ ଛାଡି ଚାଲିଯାଇଥିଲେ l କିଛି ଦିନ ପରେ ଏବେ ପୁଣି ସ୍ଥାନୀୟ ଅଞ୍ଚଳରେ ଅଧିକାଂଶ ବାହାର ବ୍ୟବସାୟୀ ପ୍ରବେଶ କରିବା ଅନୁମାନ କରାଯାଉଛି, ତେଣୁ ଏଥିପ୍ରତି ଦୃଷ୍ଟି ଦେବା ସହ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଯାଞ୍ଚ ଦାବୀ ହୋଇଛି l

ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଛତିଶଗଡ ସୀମାବର୍ତ୍ତି ଅଞ୍ଚଳ ହୋଇଥିବା ବେଳେ ଏଠାରେ ଦିନକୁ ଦିନ ଅଜଣା ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ବହୁ ମାତ୍ରରେ ବଢ଼ିବାରେ ଲାଗିଛି l ଉମରକୋଟ ସହରରେ ବାହାର ରାଜ୍ୟର ଯେଉଁ ଭଳି ବେପାରୀ ବିଭିନ୍ନ ସାହି ସାହିରେ ରହି ଆସୁଛନ୍ତି l ଘର ମାଲିକ କିମ୍ଵା ପୋଲିସ ପ୍ରଶାସନ ପାଖରେ ରେକର୍ଡ ଅନୁଯାୟୀ କୌଣସି ତଥ୍ଯ ନ ଥିବା ବେଳେ ବର୍ତ୍ତମାନ ଅଜଣା ଲୋକଙ୍କ ଆଶ୍ରୟ ସ୍ଥଳି ପାଲଟିଛି ଉମରକୋଟ l ଶାଢ଼ୀ,ପ୍ଲାଷ୍ଟିକ ସାମଗ୍ରୀ, ବାସନ କୁସନ , ମନୋହରୀ ସାମଗ୍ରୀ ଓ ଅନ୍ୟାନ୍ୟ ଗୃହ ଉପକରଣ ତଥା ସୌଖିନ ସାମଗ୍ରୀ ବେପାର ଆଶାରେ ଗାଁ ରେ ପସରା ମେଲାଇଛନ୍ତି ବାହାର ବେପାରୀ l କିଛି ଦିନ ହେବ ପ୍ରତି ଦିନ ସକାଳେ ବହୁ ବାହାର ରାଜ୍ୟ ନମ୍ବର ଥିବା ଦୁଇ ଚକିଆ ଯାନରେ ବିଭିନ୍ନ ସାମଗ୍ରୀ ସମ୍ଭାର ସହ ଗାଁ ଗାଁ ରେ ପହଞ୍ଚି ବେପାର ଚଳାଇଛନ୍ତି l ରାଜ୍ୟ ରାଜପଥରେ ସ୍ଥାନୀୟ ଯାନବହନ କଡାକଡି ଯାଞ୍ଚ ପୋଲିସ ପକ୍ଷରୁ କରାଯାଉ ଥିବା ବେଳେ ଏମିତି ବେପାର ସାମଗ୍ରୀ ଗାଡ଼ି ଅନାୟାସାରେ ଚଳ ପ୍ରଚଳ ହେଉଛି l ବେପାର ପାଇଁ ବାହାର ବେପାରୀଙ୍କ ଉପରେ ପ୍ରତିବନ୍ଧକ ରହିବା ଜରୁରୀ ନୁହେଁ ମାତ୍ର ଏମାନଙ୍କ ସଂପର୍କରେ ସଠିକ୍ ତଥ୍ୟ ଅନ୍ତତଃ ପୋଲିସ ରେକର୍ଡରେ ରହିବା ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି l ବର୍ତ୍ତମାନ ଛୋଟ ମୋଟ ଚୋରୀ ଭଳି ଅପରାଧିକ ମାମଲା ସାମ୍ନାକୁ ଆସିଛି l ତେବେ ପୋଲିସ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ସହ ସଚେତନତା ବାର୍ତ୍ତା ପ୍ରଚାର ହେଉଥିବା ବେଳେ ବାହାର ରାଜ୍ୟରୁ ଆସୁଥିବା ଗାଡି ଓ ବେପାର ସାମଗ୍ରୀ ସହ ବେପାରୀଙ୍କ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ଯ ରହିପାରୁ ନାହିଁ l ଉମରକୋଟ ବ୍ଲକର ୨୬ ଗୋଟି ପଞ୍ଚାୟତ ସହ ପୌରାଞ୍ଚଳର ଠାରେ ଯେଉଁ ଭଳି ବାହାର ବ୍ୟବସାୟୀ ପ୍ରବେଶ ଜାରୀ ରହିଛି ସେହି ଅନୁପାତରେ ଦିନକୁ ଦିନ ଛୋଟ ମୋଟ ଚୋରି, ବାଇକ ଚୋରୀ ଭଳି ଅଭିଯୋଗ ସାମ୍ନାକୁ ଆସୁଛି l ସେହିଭଳି କିଛି ପରିବାର ବେପାରବଟା କରୁଥିବା ବେଳେ ପରିବାରର କିଛି ସଦସ୍ୟ ଭିକ୍ଷାବୃତ୍ତି କରୁଥିବା ସାମ୍ନାକୁ ଆସୁଛି l ବିଭିନ୍ନ ସାହି ଗଳିରେ ଏମିତି ଅଜଣା ବ୍ୟକ୍ତି ର କାରବାର ହେଉଥିବା ବେଳେ ସ୍ଥାନୀୟ ପୋଲିସ ନିକଟରେ ଖବର ରହୁ ନାହିଁ l ଅନେକ ବେପାରୀ ବର୍ତ୍ତମାନ ଉମରକୋଟ ସଦର ମହକୁମା ସହ ବିଭିନ୍ନ ପଞ୍ଚାୟତରେ ମଧ୍ୟ ଘର ଭଡ଼ା ନେଇ ରହି ଆସୁଥିବା ବେଳେ ଘର ଭଡା ଲୋଭରେ ଘର ମାଲିକ ମଧ୍ୟ ବେପାରୀ ମାନଙ୍କ ପରିଚୟ ପତ୍ର ରଖୁ ନାହାଁନ୍ତି। ଫଳରେ ନିରାପଦ ଭାବରେ ଅକ୍ଲେଶରେ ପ୍ରବେଶ କରି ସୁରକ୍ଷିତ ସ୍ଥାନ ଭାବେ ଉମରକୋଟ କୁ ଆଶ୍ରୟ ସ୍ଥଳି କରିଛନ୍ତି l ପ୍ରତି ଦିନ ଶହ ଶହ ବାଇକ ଓ ସାଇକେଲ ରେ ବେପାର ସାମଗ୍ରୀ ଧରି ଗାଁ ଗାଁ ରେ କାରବାର କରୁଥିବା ବେଳେ ଏମିତି ଗାଡ଼ି ଓ ଗାଡ଼ି ଚାଳକ ସହ ବ୍ୟବସାୟ ସମ୍ପର୍କିତ ତଥ୍ଯ ପୋଲିସ ପକ୍ଷରୁ ସଂଗ୍ରହ ଏକାନ୍ତ ଜରୁରୀ ବୋଲି ସବୁ ମହଲରେ ମତ ପ୍ରକାଶ ପାଇଛି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହିତପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତା ରହିଛି l