May 14, 2026

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଅଭିଯାନ ଶିବିର, ଅବ୍ଯବସ୍ଥାକୁ ନେଇ ଭିନ୍ନକ୍ଷମଙ୍କ ଅସନ୍ତୋଷ 

IMG-20250218-WA0055
Share

ବୁଗୁଡା : ତା ୧୮/୦୨/୨୫ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ବୁଗୁଡା ପଞ୍ଚାୟତ ସମିତି ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ବିଡ଼ିଓ ଦୂତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, କେ.ନୀଳମାଧବ ଆଚାରୀ, ବିଏସ୍ଏସ୍ଓ ଗୋପିତା ଦାସ, ନୃସିଂହ ଚରଣ ଦାଶ ପ୍ରମୁଖ ଯୋଗ ଦେଇ ଅଞ୍ଚଳର ଭିନ୍ନକ୍ଷମ ବ୍ଯକ୍ତିମାନେ କିଭଳି ସରକାରୀ ସୁବିଧା ହାସଲ କରିପାରିବେ ସେନେଇ ଆଲୋକପାତ କରିଥିଲେ। ଏ ଅବସରରେ ୩୯୫ ଜଣ ବ୍ଯକ୍ତି ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪୩ ଜଣଙ୍କର ପରୀକ୍ଷା କରାଯିବା ସହ ୭୩ ଜଣଙ୍କୁ ସହାୟକ ଉପକରଣ ପ୍ରଦାନ ନିମନ୍ତେ ଚିହ୍ନଟ କରାଯାଇଥିଲା। ଆୟୋଜିତ ଶିବିର ସ୍ଥଳରେ ଭିନ୍ନକ୍ଷମଙ୍କ ପଞ୍ଜୀକରଣ ପାଇଁ ୧୬ଟି କେନ୍ଦ୍ର ଖୋଲାଯାଇ ବିଭିନ୍ନ ପ୍ରକାର ସହାୟତା ଯୋଗାଣ ପାଇଁ ଅନେକ ବ୍ଯବସ୍ଥା ହୋଇଥିଲେ ହେଁ ସ୍ଥାନର ସଙ୍କୀର୍ଣ୍ଣତା ସହ ଲୋକଙ୍କ ଭିଡ ଯୋଗୁଁ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ଯପକ୍ଷରେ ମଧ୍ଯାହ୍ନରେ ଆସି ଅପରାହ୍ନରେ ଭୋଜନ କରିବାକୁ ଯାଇ ଡାକ୍ତର ଆଉ ଫେରିନଥିବା ବେଳେ ଅପେକ୍ଷାରତ ଭିନ୍ନକ୍ଷମମାନେ ନିରାଶ ହୋଇ ଅସନ୍ତୋଷ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଞ୍ଚଳର ଜନପ୍ରତିନିଧି ଏବଂ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ।