ଆଜିର ଖବର..

୨୦୨୫-୨୬ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପିତ, ପରିମାଣ ୨ ଲକ୍ଷ ୯୦ ହଜାର କୋଟି ଟଙ୍କା। ଋଣ ଭାର ପରିମାଣ ୧ ଲକ୍ଷ ୩୪ ହଜାର ୯୧୪ କୋଟି
ଆଜିଠୁ ଆରମ୍ଭ ଯୁକ୍ତ ୨ ପରୀକ୍ଷା ;ମୋଟ ୧୨୭୬ କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି
ରାଜ୍ୟରେ ନିଯୁକ୍ତ ହେବେ ୫୨୪୮ ଡାକ୍ତର,୧୨୬ ଜଣ ଦନ୍ତ ଚିକିତ୍ସକ
ଗଞ୍ଜାମ ପୋଡ଼ମପେଟା ଠାରୁ ବଟେଶ୍ୱର ମନ୍ଦିର ସମୁଦ୍ର କୂଳରେ ୨ ଦିନରେ ୯୦ ହଜାରରୁ ଅଧିକ ଅଣ୍ଡା ଦେଲେ ଅଲିଭ ରିଡଲେ
ରାଜ୍ୟ ରାଜପଥ ୪ ଲେନ ହେବ, କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା।
ବଢିଲା ବିଧାୟକଙ୍କ ହାତପାଣ୍ଠି, ୫ କୋଟିକୁ ବୃଦ୍ଧି ହେଲା ଏମଏଲଏ ଲାଡ ପରିମାଣ।
ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା,ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀଜଗନ୍ନାଥ ଯୋଜନା ଘୋଷଣା କରିଛନ୍ତି ସରକାର
ମହିଳାଙ୍କୁ ଘରେ ବସାଇ ସୁଭଦ୍ରା ଟଙ୍କା ବାଣ୍ଟିବା ଯୋଜନା ପାଇଁ ମୋଟା ଅଙ୍କ ବ୍ୟୟବରାଦ
ରାଜ୍ୟରେ ବଢୁଛି ଅପରାଧ, ୨୦୨୪ରେ ୨ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ।
ରାଜ୍ୟର ନିଖୋଜ ସରକାରୀ ରିପୋର୍ଟ, ୩୬, ୪୨୦ ମହିଳା ଓ ୮୪୦୩ ଶିଶୁ ନିଖୋଜ। ପୋଲିସ ବ୍ୟବସ୍ଥା ସ୍ଥାଣୁ
ବିଜେଡି ଆକ୍ଷେପ, ମହଙ୍ଗା ମାଡରେ ରାଜ୍ୟ ବାସୀ ହନ୍ତସନ୍ତ ହୋଇଥିବା ବେଳେ ଦରବୃଦ୍ଧି ନିୟନ୍ତ୍ରଣରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ
ସମ୍ୱଲପୁରରେ ମୋଟା ସୁଧ ସ୍ୱପ୍ନରେ ଫସିଗଲେ ଲୋକ, ପ୍ରାୟ ୧୨ଶହ କୋଟି ଠକେଇ କରିଛି ଏମସିଏକ୍ସ ସିଟି କମ୍ପାନି ।
କଣ୍ଟାବାଞ୍ଜି -ବଙ୍ଗୋମୁଣ୍ଡା ରାସ୍ତାରେ ଅବକାରୀ ବିଭାଗ ୧୦ ଲିଟର କଫ୍ ସିରପ ଜବତ କରିଛି, ଜଣେ ଗିରଫ
ଓଇଆରସି ରେ ଶୁଣାଣି ଆରମ୍ଭ, ୟୁନିଟ ପିଛା ୨୬ ପଇସା ବଢ଼ାଇବାକୁ ପ୍ରସ୍ତାବ।
ଭୁବନେଶ୍ୱରର ଘରୋଇ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଛାତ୍ର ଗିରଫ, ଫରେନସିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ
ଭୁବନେଶ୍ୱରରେ ଶାନ୍ତିପୂର୍ଣ୍ଣ ଧାରଣାରେ ୨୦୦୦ ଛାତ୍ରଛାତ୍ରୀ, ୭ ଆୟୁଷ ଭେଷଜ ମହାବିଦ୍ୟାଳୟ ବନ୍ଦ।
ଭଦ୍ରକ ଏଲଖା ଗ୍ରାମରେ ଲୋକଙ୍କ ବନ୍ଧୁ ଥିଲା ମାଙ୍କଡ଼, ଦେହାନ୍ତ ପରେ କୀର୍ତ୍ତନ କରି ଶବ ସତ୍କାର କଲେ ଗ୍ରାମବାସୀ।
ଭିଜିଲାନ୍ସ ଜାଲରେ ଲେଫ୍ରିପଡ଼ା ତହସିଲ କନିଷ୍ଠ କିରାଣି ଗୋଲେଖ ବିହାରୀ ନାଏକ, ୨୦ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ।
ନୂଆ ନିର୍ବାଚନ କମିଶନର ହେଲେ ଜ୍ଞାନେଶ କୁମାର
ଗୁଗଲ୍ ପେ’ ରେ ଭଏସ୍ ଫିଚର, କଥା କହିଲେ ହୋଇଯିବ ପେମେଣ୍ଟ।
ବିହାରରୁ ଡଙ୍ଗାରେ ମହାକୁମ୍ଭକୁ ଗଲେ ୭ ଯୁବକ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ହେବ, ତାକୁ ନେଇ ଟଣାଓଟରା, ଡେରି ହେଉଛି ଶପଥପାଠ
ପୃଥିବୀକୁ ସମ୍ଭାବିତ ବିପଦ, ବଡ଼ ଆଷ୍ଟ୍ରଏଡ ମାଡ଼ ହୋଇପାରେ ଦକ୍ଷିଣ ଏସୀୟ ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଉପରେ
=======================
ଆଜି ଜନ୍ମଦିନ: ଚୈତନ୍ୟ ମହାପ୍ରଭୁ, ରାମକୃଷ୍ଣ ପରମହଂସ, ରଫି ଅହମ୍ମଦ କିଦୱାଇ, ସାଜିଦ ନଦିଆଦୱାଲା, ନିମ୍ମି, ମନୁ ଭାକର, କ୍ରିଷ୍ଣା ସୋବତୀ
ଇତିହାସରେ ଆଜି: (୧୯୦୫) ଲଣ୍ଡନରେ ଇଣ୍ଡିଆ ହୋମ ରୁଲ ସୋସାଇଟି ସ୍ଥାପିତ/ (୧୯୧୧) ଭାରତୀୟ ଡାକସେବାରେ ବିମାନର ବ୍ୟବହାର ଆରମ୍ଭ/ (୧୯୬୫) ଗାମ୍ବିଆ ଦେଶ ସ୍ୱାଧୀନ ହେଲା/ (୧୯୭୯) ଭାରତକୁ ଆମେରିକା 1664 କୋଟିର ଚେକ ଦେଲା/ (୧୯୭୯) ସାହାରା ମରୁଭୂମିରେ ପ୍ରଥମ ବରଫପାତ ହେଲା/ (୨୦୦୧) ଦିଲ୍ଲୀ ଲାହୋର ସମଝୋତା ଏକ୍ସପ୍ରେସରେ ବୋମା ବିସ୍ଫୋରଣ, ୬୮ ମୃତ
=======================
*ବନ୍ଦେ ଉତ୍କଳ ଜନନୀ*