May 11, 2026

ଉମରକୋଟ ଠାରେ କାଉନସିଲର ଙ୍କ ପୌର ନିର୍ବାହୀ ଅଧିକାରୀ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ…………

IMG-20250218-WA0031
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ପୌର ପରିଷଦ ର ସମସ୍ତ କାଉନସିଲର ମାନେ ଆଜି ପୌର ପରିଷଦର ସଭା ଗୃହ ରେ ନୂତନ ଭାବରେ ଯୋଗଦାନ କରିଥିବା ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ସୂଚନା ଅନୁଯାୟୀ ଉମରକୋଟ ପୌର ପରିଷଦ ରେ ୧୪ଟି ୱାର୍ଡ ରହିଛି।ଆଜିର କାର୍ଯ୍ୟକ୍ରମ ରେ ୧୦ ଜଣ ବିଜେଡି କାଉନସିଲର , ଜଣେ ଭାଜପା କାଉନସିଲର, ଜଣେ କଂଗ୍ରେସ ର କାଉନସିଲର ଉପସ୍ଥିତ ଥିଲେ। ସୌଜନ୍ୟ ମୂଳକ ସାକ୍ଷାତ ସମୟରେ କାଉନସିଲର ମାନେ ନିର୍ବାହୀ ଅଧିକାରୀ ଙ୍କ ସହର ର ର ଉନ୍ନୟନ କାର୍ଯ୍ୟ କିପରି ତ୍ବରାନିତ ହେବ ସେଥିପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିବା ସହ ପରିଷଦରେ ଅନେକ ଦିନ ହେଲା ଟେଣ୍ଡର ଆହ୍ୱାନ କରାଯାଇ ନାହିଁ ଫଳରେ ଲୋକଙ୍କ ଅନେକ କାର୍ଯ୍ୟ ବାକି ହୋଇ ପଡି ରହିଛି। ତେଣୁ ଶୀଘ୍ର କିପରି ଟେଣ୍ଡର ବାହାରିବ ସେଥିପ୍ରତି ଧ୍ୟାନ ଦେବା ସହ ସହର ର ପରିମଳ ଉପରେ ବିଶେଷ ଧ୍ୟାନ ଦେବାକୁ ମଧ୍ୟ କାଉନସିଲର ମାନେ ଅନୁରୋଧ କରିଥିଲେ। ସାକ୍ଷାତ ସମୟରେ କାଉନସିଲର ମାନେ ନୂତନ ନିର୍ବାହୀ ଅଧିକାରୀ ଙ୍କୁ ଫୁଲ ତୋଡ଼ା ଦେଇ ମିଠା ଖୁଆଇ ଥିଲେ। ଦୀର୍ଘ ଦିନପରେ ଜଣେ ସ୍ଥାୟୀ ନିର୍ବାହୀ ଅଧିକାରୀ ପୌର ପରିଷଦ କୁ ମିଳିଥିବାରୁ କାଉନସିଲର ମାନେ ଖୁସି ବ୍ୟକ୍ତ କରିଛନ୍ତି। ଉପସ୍ଥିତ ଥିବା କାଉନସିଲର ମାନେ ହେଲେ ତପନ କୁମାର ଦେବନାଥ, ସାଇ ନାରାୟଣ ପାଢ଼ୀ, ମନୋଜ କୁମାର ନାୟକ, ଚିତ ରଞ୍ଜନ ପାତ୍ର, ନେତ୍ର ହରିଜନ, ସରୋଜିନୀ ଶବର, ନିଲମ ହରିଜନ, ଚିନମୟି ଠାକୁର, ଇତିଶ୍ରୀ ଦଳେଇ, ଶିଖା ରାଣୀ ସରକାର , ରେବା ମଣ୍ଡଳ ଓ କନକ ଲତା ନାୟକ ପ୍ରମୁଖ କାଉନସିଲର ଉପସ୍ଥିତ ଥିଲେ।