September 25, 2026

ଉମରକୋଟ ସ୍ଥିତ ଦଣ୍ଡକାରଣ୍ଯ ଆଦର୍ଶ ବିଦ୍ୟାଳୟରେ ମାତୃପିତୃ ପୂଜନ ଦିବସ……….

IMG-20250215-WA0063
Share

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଚିକଲପଦର ସ୍ଥିତ ଦଣ୍ଡକାରଣ୍ଯ ଆଦର୍ଶ ବିଦ୍ୟାଳୟର ମହାନ ପର୍ବ “ମାତୃପିତୃ ପୂଜନ ଦିବସ” ବଡ ଧୁମଧାମ୍ ରେ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବରେଣ୍ୟ ଅତିଥି ଭାବେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ସନ୍ତୋଷ କୁମାର ପଣ୍ଡା, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଜିଲ୍ଲା ପ୍ରଭାରୀ ରବିଶଙ୍କର ସାହୁ, ବରିଷ୍ଟ ଶିକ୍ଷାବିତ୍ ତଥା ଗାଳ୍ପିକ ଡ. ପ୍ରଦୀପ କୁମାର ମିଶ୍ର, ରାଇଘର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପରୀକ୍ଷିତ ସାହୁ, ବରିଷ୍ଟ ଶିକ୍ଷାବିତ୍ ଟୁଟୁବାବୁ ପଟ୍ଟନାୟକ ଏବଂ ବରିଷ୍ଟ ଶିକ୍ଷାବିତ୍ ଦିଲୀପ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଦୀପିକା ଅଧିକାରୀ ସ୍ବାଗତ ଭାଷଣ ଦେଇ ଉତ୍ସବ ଆରମ୍ଭ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ହାତରେ ପୂଜା ଥାଳି ଧରି ନିଜ ନିଜ ପିତା ମାତାଙ୍କୁ ଆଳତି କରି ଚନ୍ଦନ ଟିକା ଲଗାଇ ପୂଜା କରିଥିଲେ । ଉକ୍ତ ଉତ୍ସବରେ ବହୁ ସଂଖ୍ୟାରେ ଅଭିଭାବକ, ବୁଦ୍ଧିଜୀବୀ ଓ ଗ୍ରାମବାସୀ ଯୋଗ ଦେଇଥିବାବେଳେ ମାତୃପିତୃ ପୂଜନ ସମୟରେ ଏକ ଭାବ ବିହ୍ବଳ ପରିବେଶ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀଙ୍କୁ କୋଳରେ ଧରି ମାତା ପିତା ଭାବ ବିହ୍ବଳ ହୋଇ ଆଶିର୍ବାଦ କରିଥିଲେ । ଏହି ଅବସର ରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାଏକ ନିଜ ଅଭିଭାଷଣରେ ବିଦ୍ୟାଳୟ କତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଏଭଳି ମହାନ୍ ପରମ୍ପରାକୁ ଭୁରି ଭୁରି ପ୍ରଶଂସା କରିବା ସହ ସନାତନ ସଂସ୍କୃତିର ଏହି ପରମ୍ପରାକୁ ସବୁ ବିଦ୍ୟାଳୟ ତଥା ପ୍ରତିଷ୍ଠାନରେ ପାଳନ କରିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଅନ୍ୟ ଅତିଥି ମାନେ ମଧ୍ୟ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ନିଜ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ମାର୍ଗ ଦର୍ଶନ କରିଥିଲେ । ବିଦ୍ୟାଳୟ ପ୍ରତିଷ୍ଠା ଦିନ ଠାରୁ ହିଁ ପ୍ରତି ବର୍ଷ ଫେବ୍ରୁଆରି ୧୪ ତାରିଖ ଦିନ ଟିକୁ ବିଦ୍ୟାଳୟ କତୃପକ୍ଷ ସନାତନ ସଂସ୍କୃତିର ମହାନ୍ ପରମ୍ପରା ଭାବେ ମାତୃପିତୃ ପୂଜନ ଦିବସ ଭାବେ ପାଳନ କରି ଆସୁଛି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ୧୦୦୧ ଭଗବତ ଗୀତା ବଣ୍ଟନ କରାଯାଇଥିବା ବେଳେ ୯ ଜଣ ସୁରକ୍ଷା କର୍ମୀଙ୍କୁ ପ୍ରଶଂସାପତ୍ର, ଦଶମ ଶ୍ରେଣୀ ଛାତ୍ର ଅନିକ ସରକାରଙ୍କୁ ଉତ୍ତମ ଛାତ୍ର ସମ୍ମାନ ଏବଂ ରାଜ୍ୟ ସ୍ତରୀୟ ଭଗବତ ଗୀତା ଶ୍ଳୋକ ପ୍ରତିଯୋଗିତାରେ ଭାଗ ନେଇଥିବା ପଞ୍ଚମ ଶ୍ରେଣୀର ଦୁଇ ଛାତ୍ରୀ ମନୀଷା ଗଣ୍ଡ ଓ ସୁଲଗ୍ନା ନାୟକଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବରେ ବରିଷ୍ଟ ଶିକ୍ଷାବିତ୍ ଟୁଟୁବାବୁ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ ।

You may have missed