February 23, 2025

ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ବିଦାୟକାଳୀନ ସମାରୋହ..

Share

ବୋଲଗଡ,(ଉପାନ୍ତ ଖବର) :ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ
ଦଶମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କ ବିଦାୟକାଳୀନ ସମାରୋହ ଶୁକ୍ରବାର ଦିନ ଅପରାହ୍ନରେ ପ୍ରଧାନ
ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକଙ୍କ ସଂଯୋଜନାରେ ହୋଇଥିବା ଉକ୍ତ ସମାରୋହରେ କାଉତରାସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ
ପ୍ରଧାନ ଶିକ୍ଷକ ସୁବଳ ଛୁଆଳ ସିଂହ
ମୁଖ୍ୟ ଅତିଥି, ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ବିନୋଦିନୀ ଦତ୍ତ ମୁଖ୍ୟ ବକ୍ତା ଚିତ୍ତରଞ୍ଜନ ଦେଓ ମହାପାତ୍ର ଓ ଭୂଷଣ୍ଡପୁର ସମାଜସେବୀ ପ୍ରଦୋଷ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି
ରୂପେ ଯୋଗଦାନ କରିଥିଲେ।
ଶିକ୍ଷକ ବିଭୁପ୍ରସାଦ ମହାପାତ୍ର ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ ଏବଂ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ମେଟ୍ରିକ ପରୀକ୍ଷାର ସଫଳ ରୂପା୍ୟାନ ନିମିତ୍ତ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା
ବିଭାଗ ତରଫରୁ ବିଦ୍ୟାଳୟକୁ ମିଳିଥିବା ପରୀକ୍ଷା ଦର୍ପଣରେ ଥିବା ଓ ବିଷୟଭିତିକ ଶିକ୍ଷାଦାତା ଓ ଶିକ୍ଷାଦାତ୍ରୀମାନଙ୍କ
ଦ୍ୱାରା ଆଲୋଚିତ ସମସ୍ତ ସେଟର
ଦୀର୍ଘ ଓ ସଂକ୍ଷିପ୍ତ ପ୍ରଶ୍ନକୁ ଆଧାର କରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଶ୍ନ
ଉପରେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ, ଶୁଭଶ୍ରୀ ଧଳ ଓ ଶିକ୍ଷକ ଦିପ୍ତୀରଞ୍ଜନ ଦାସ ଯଥାକ୍ରମେ ସବଳ, ମଧ୍ୟମ ଓ ଦୁର୍ବଳ ଦଳ ମଧ୍ୟରେ ପରୀକ୍ଷା କରିଥିଲେ । ଉକ୍ତ ପରୀକ୍ଷାରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ
ଅଧିକାର କରିଥିବା ପ୍ରତି ଦଳର ପରୀକ୍ଷାର୍ଥୀଙ୍କୁ ଅତିଥିମାନଙ୍କ ଦ୍ୱାରା
ଟ୍ରଫି ପ୍ରଦାନ କରାଯାଇଥିଲା । ଅତିଥିବୃନ୍ଦ ଓ ଶିକ୍ଷକ ଶିକ୍ଷୟିତ୍ରୀ
ବିଦାୟୀ ଛାତ୍ର ଓ ଛାତ୍ରୀମାନଙ୍କୁ
ସେମାନଙ୍କ ଅଭିଭାଷଣରେ ବହୁ ହିତ
ଉପଦେଶ ପ୍ରଦାନ କରିଥିଲେ ।
ଅନ୍ତିମ ପର୍ଯ୍ୟାୟରେ ଶିକ୍ଷୟିତ୍ରୀ ସୌଦାମିନି ସୁବୁଦ୍ଧି, ସୌଦାମିନି ପରିଡ଼ା ଓ ସମ୍ବିତ କେଦାର କରଙ୍କ ସହଯୋଗରେ ସମସ୍ତ ବିଦ୍ୟାର୍ଥୀଙ୍କୁ କୋଡିଏ ଗୋଟି ଉପଦେଶ ସମ୍ବଳିତ ଅଭିନନ୍ଦନିକା ବଣ୍ଟନ
କରା ଯାଇଥିଲା।ପରିଶେଷରେ ଶିକ୍ଷୟିତ୍ରୀ ଶ୍ରୋତାଲିନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଗୌରାଙ୍ଗ ଆଡ଼
ଓ ସ୍ନେହଲତା ପାଇକରାୟ ସାହାଯ୍ୟ
କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।