May 10, 2026

ନଗର ସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ବିଳନୀ -୨୦୨୫

IMG-20250214-WA0004
Share

 

ସମ୍ବଲପୁର :ନଗର ସ୍ତରୀୟ ମହିଳା ଆରୋଗ୍ୟ ସମିତି ସମ୍ବିଳନୀ ୨୦୨୫ ଆଜି ତପସ୍ୱିନୀ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି lଏହି କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁଜାତାରାଣୀ ମିଶ୍ର ଆନୁଷ୍ଠାନିକ ଭାବେ ଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ l ଡା ମହେନ୍ଦ୍ର ନନ୍ଦ (ନଗର ସ୍ୱାସ୍ଥ୍ୟ ଅଧିକାରୀ),ସୁକାନ୍ତ ମିଶ୍ର(ପ୍ରୋଗ୍ରାମ ମେନେଜର) ଡା.ମୌସମୀ ମିଶ୍ର(ଡି.ପି.ଏମ ) ଅତିଥି ଭାବରେ ଯୋଗ ଦେଇ ମହିଳା ଆରୋଗ୍ୟ ସମିତି ସମ୍ବିଳନୀ ର ଉଦେଶ୍ୟ ଓ ସମିତି ର ବିଭିର୍ନ ସଫଳତା ଉପରେ ଆଲୋଚନା ଥିଲେ l ସମ୍ବଲପୁର ମହାନଗର ନିଗମ ଠାରେ ୧୯୮ ଗୋଟି ଆଶା ୨୩୩ ଗୋଟି ମହିଳା ଆରୋଗ୍ୟ ସମିତି ବସ୍ତିସ୍ତରରେ କାର୍ଯ୍ୟ କରୁଛନ୍ତି l ସେମାନେ ବସ୍ତି କୁ ସଫାସୁତୁରା ରଖିବା ,ଆନୁଷ୍ଠାନିକ ପ୍ରସବ କରାଇବା ,ପ୍ରତେକ ଶିଶୁ କୁ ଟୀକାକରଣ କରାଇବା ସହିତ ପରିବାର ନିୟୋଜନ କାର୍ଯ୍ୟ ରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି lସେମାନଙ୍କର କାର୍ଯ୍ୟ କୁ ସମୀକ୍ଷା କରି ୯୦ ଗୋଟି ମହିଳା ଆରୋଗ୍ୟ ସମିତି କୁ ୩୦୦୦ ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l ପୁରୁଷ ବନ୍ଧ୍ୟାକରଣ ,ମହିଳା ବନ୍ଧ୍ୟାକରଣ ଓ ଅଣ ସଂକ୍ରାମକ ରୋଗ ଚିହ୍ନଟ କ୍ଷେତ୍ରରେ ବିଶେଷ ଅବଦାନ ହେତୁ ୩ ଜଣ ମହିଳା ସ୍ୱାସ୍ଥ୍ୟ କର୍ମୀ ୮ ଗୋଟି ଆଶା ଦିଦି ଙ୍କୁ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ,ଧନୁପାଲୀ ଏନକ୍ୱାସ ମାନ୍ୟତା ପାଇଥିବାରୁ ଡାକ୍ତରଖାନା ର ପ୍ରତେକ କର୍ମଚାରୀ ଙ୍କୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା l ପରେ ପରେ ମହିଳା ଆରୋଗ୍ୟ ସମିତି ଓ ଆଶା ଦିଦି ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ପଲ୍ଲବୀ ରଏ ପରିଚାଳନା କରିଥିବା ବେଳେ ନିକୁରଞ୍ଜନ ପ୍ରତିହାରୀ,କଳ୍ପା ପରମାର,ମଳୟ ରଞ୍ଜନ ପାଣିଗ୍ରାହୀ, ବାଲେଶ୍ୱର ବିଶି ,ସ୍ଵର୍ଣ୍ଣଲତା ପଣ୍ଡା ,ବନ୍ଦନା ନାୟକ, ଭାରତୀ ନାୟକ ,ସୋଭାଗ୍ୟ ପାତ୍ର , ସୁପ୍ରଭାତ ସାହୁ ,ଲିପ୍ସାରାଣୀ ସାହୁ, ମଧୁମିତା ପାଣି , ବର୍ଣାଳୀ ପ୍ରଧାନ ,ଡି.ଏନ ସିଂଦେଓ ,ବିଜୟ ଲକ୍ଷ୍ମୀ ନାୟକ, ଶର୍ମିଷ୍ଠା ପ୍ରଧାନ ,ସିରେନ୍ଦ୍ରୀ ବlର୍ଲା ଦିଲୀପ କୁମାର ନନ୍ଦ ,ମାନସ ରଞ୍ଜନ ପୁରୋହିତ ପ୍ରଭୁତି ସହଯୋଗ କରିଥିଲେ l