May 10, 2026

ଉମରକୋଟ ଠାରେ ଭାଜପା ର ସମର୍ପଣ ଦିବସ ପାଳନ…….

IMG-20250212-WA0003
Share

 

 

ଉମରକୋଟ:- (ଏମ୍.ଦିନା°ଶୁ ଆଚାରୀ) ପ୍ରତି ବର୍ଷ ଫେବୃଆରୀ ଏଗର ତାରିଖ ପଣ୍ଡିତ ଦିନଦୟାଲ ଉପଧ୍ୟା ଙ୍କ ପୁଣ୍ୟ ତିଥିରେ ଭାରତୀୟ ଜନତା ପାର୍ଟି “ସମର୍ପଣ ଦିବସ” ରୁପେ ପାଳନ କରି ଆସୁଅଛି । ପଣ୍ଡିତ ଦିନଦୟାଲ ଉପଧ୍ୟା ଙ୍କ ଜନ୍ମ ୨୫ସେପ୍ଟେମ୍ବର ୧୯୧୬ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ର ଏକ ଗ୍ରାମ ରେ ହୋଇଥିଲା ସେ ଅତ୍ୟନ୍ତ ଗରିବ ପରିବାରର ,ବାଲ୍ୟ ବୟସ ରୁ ପରିବାର ର ମୃତ୍ୟୁ ଦେଖିଛନ୍ତି ।ମାମୁ ଘରେ ପାଠ ପଢି ବଢିଲେ । ୧୯୩୭ ରେ ଆରଏସଏସ ରେ ସାମିଲ ହୋଇଥିଲେ, ୧୯୫୨ ରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସଂସ୍ପର୍ଶରେ ଆସି ଭାରତୀୟ ଜନ ସଂଘର ସ୍ଥାପନା କରିଥିଲେ ଏବଂ ଅଦ୍ଧକ୍ଷତା ମଧ୍ୟ କରିଥିଲେ ।ସେ ଭାରତ କୁ କୃଷି, ରକ୍ଷା ଓ ନ୍ୟାୟ କ୍ଷେତ୍ରରେ ଏକ ଆତ୍ମନିର୍ଭର ରାଷ୍ଟ୍ର ରୁପେ ଦେଖିବାକୁ ଚାହିଁଥିଲେ ।ସେ ଏକାତ୍ମ ମାନବ ବାଦ ପ୍ରତିଷ୍ଠିତ ପ୍ରତିକ ଥିଲେ, ଦର୍ଶନ ଓ ବିଚାରକ ଥିଲେ, ସେ ଶାସନ ଓ ରାଜନିତିର ବୌକଳ୍ପିକ ରେ ବିଶ୍ବାସ ରଖୁଥିଲେ ।

ଦଃଖ ର ବିଷୟ ୧୯୬୮ ଫେବୃଆରୀ ଏଗାର ତାରିଖ ଦିନ ତାଙ୍କ ର ରହସ୍ୟଜନକ ମୃତ୍ୟୁ ଘଟିଥିଲା । ଏହି ପରିପ୍ରେକ୍ଷୀରେ ଆଜି ଉମରକୋଟ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ତାଙ୍କରି ଫଟୋ ଚିତ୍ରରେ ପୂଷ୍ପମାଲ୍ୟ ଓ ଶ୍ରଧାଞ୍ଜଳୀ ଅର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରି ସ୍ମୃତିଚାରଣ କରାଯାଇଥିଲା ଏଥିରେ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ବିଧାନସଭା ସଂଯୋଜକ ଶୁରେସ ଆଚାର୍ଯ୍ୟ, ମହିଳା ସାଧାରଣ ସମ୍ପାଦିକା ମନ୍ଦିରା ନାୟକ, ପୂର୍ବତନ ନଗର ସଭାପତି ଗୋପୀନାଥ ସାହୁ, ନଗର ସଭାପତି ସନ୍ତୋଷ ଶର୍ମା, ପ୍ରଦୀପ ମିଶ୍ର, ସନ୍ତୋଷ ସରକାର, ଅଭିରାମ ଦାସ, ରମେଶ ଦାସ, ପ୍ରମୋଦ ନାୟକ, ଶଂକର ଭାଇ, ସାନ ଭାଇନା ଏଭଳି ବହୁ ବିଜେପି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।ଏହି ଶ୍ରଦ୍ଧାଞ୍ଜଳୀ ସଭାକୁ ସାଧାରଣ ସମ୍ପାଦକ ପ୍ରଭାତ କୁମାର ନାୟକ ପରିଚାଳନା କରିଥିଲେ ।