May 10, 2026

Google Pay, PhonePe ଓ Paytm କୁ ବଡ଼ ଝଟ୍‌କା! ହ୍ବାଟସଆପ୍‌ରେ ପେମେଣ୍ଟ କରିପାରିବେ ବିଜୁଳି ବିଲ୍‌..

IMG-20250212-WA0006
Share

 

 

ନୂଆଦିଲ୍ଲୀ,

( ଦେବାଶିଷ ଦାଶ)

 

ହ୍ବାଟସଆପ ୟୁଜର୍ସଙ୍କ ପାର୍ଇ ଖୁସି ଖବର। ଏଣିକି ହ୍ବାଟସଆପ୍‌ ମାଧ୍ୟମରେ ବିଜୁଳି ବିଲ୍‌ ଓ ପାଣି ବିଲ୍‌ ପେମେଣ୍ଟ କରିପାରିବେ। ଏହା ବ୍ୟତୀତ ଅନ୍ୟାନ୍ୟ ବିଲ ମଧ୍ୟ ପେମେଣ୍ଟ କରିପାରିବେ। ଏହା ସହିତ, WhatsApp କେବଳ UPI କାରବାର ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, ବରଂ ଏକ ବ୍ୟାପକ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ହୋଇପାରିବ।

ହୱାଟସଆପର ଏହି ନୂଆ ବିଲ ପେମେଣ୍ଟ ଫିଚର ବ୍ୟବହାରକାରୀଙ୍କୁ ସୁବିଧା ଆଣିବା ସହ ବଡ଼ ବଡ଼ ପେମେଣ୍ଟ କମ୍ପାନୀକୁ ଶକ୍ତ ଝଟ୍‌କା ଦେଇପାରେ। ଏହି ଫିଚର୍ସ ସିଧାସଳଖ Google Pay, PhonePe ଏବଂ Paytm ଭଳି ପେମେଣ୍ଟ ଆପ୍‌ ଉପରେ ପ୍ରଭାବ ପକାଇବ।

 

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫିଚର ସାହାଯ୍ୟରେ ଉପଭୋକ୍ତାମାନେ ବିଦ୍ୟୁତ, ପାଣି, ମୋବାଇଲ ରିଚାର୍ଜ, ଘରଭଡ଼ା ଏବଂ ଅନ୍ୟାନ୍ୟ ବିଲ ପୈଠ କରିପାରିବେ। ଏହା ସେମାନଙ୍କ ପାଇଁ ବହୁତ ଲାଭଦାୟକ ହେବ ଯେଉଁମାନେ ନିଜ ଘର ଖର୍ଚ୍ଚ ପାଇଁ ଅନେକ ଭିନ୍ନ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି।

 

ଭାରତରେ UPI ପେମେଣ୍ଟ ମାର୍କେଟରେ ବର୍ତ୍ତମାନ PhonePe ଏବଂ Google Pay ର ଦବ୍‌ଦବା ରହିଛି। ରିପୋର୍ଟ ଅନୁଯାୟୀ, ମାର୍କେଟରେ PhonePeର ଅଂଶ 47.8% ଗୁଗୁଲ ପେର ୩୭% ଓ ଅନ୍ୟାନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ Paytm, Navi, Cred ଏବଂ Amazon