February 22, 2025

ପୁରୀ ବିଦ୍ୟୁତ କର୍ମଚାରୀ ମିଳିତ ମଞ୍ଚ ପୁରୀ ତରଫରୁ TPCODL ପୁରୀ ବିଦ୍ୟୁତ ବିଭଗ ଅଧୀନ ରେ କାର୍ଯ୍ୟ କରୁଥିବା ସମସ୍ତ ମିଟର

Share

          ପୁରୀ ବିଦ୍ୟୁତ କର୍ମଚାରୀ ମିଳିତ ମଞ୍ଚ ପୁରୀ ତରଫରୁ TPCODL ପୁରୀ ବିଦ୍ୟୁତ ବିଭଗ ଅଧୀନ ରେ କାର୍ଯ୍ୟ କରୁଥିବା ସମସ୍ତ ମିଟର ରିଡର୍, ବିଲ କଲେକ୍ଟର, ଗ୍ରାହକ ସେବା କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ, ଲାଇନ ମ୍ୟାନ, ହେଲପର୍, ମିଟର ମ୍ୟାନେମେଣ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀ, ଏନଫୋର୍ସମେଣ୍ଟ କାର୍ଯ୍ୟ କରୁଥିବା କର୍ମଚାରୀ, କଣ୍ଟ୍ରୋଲ ରୁମ କର୍ମଚାରୀ, KPO, ସୁପରଭାଇଯର, ଇତ୍ୟାଦି ବିଭିନ୍ନ ପ୍ରକାର କାର୍ଯ୍ୟ କରୁଥିବା 500 ରୁ ଅଧିକ କର୍ମଚାରୀ ମାନଙ୍କ ନିମ୍ନ ଲିଖିତ ଦାବି ସମୁହ ବିଷୟ ନେଇ ବାରମ୍ବାର ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ TPCODL ଅଧିକାରୀ ମାନଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲାପରେ ନାମକୁ ମାତ୍ର ଡାକିକରି ଆଲୋଚନା କରୁଛନ୍ତି କୌଣସି ପ୍ରକାର ସମାଧାନ କରୁନଥିବାରୁ ଆଜି ପୁରୀ ବିଦ୍ୟୁତ କର୍ମଚାରୀ ମିଳିତ ମଞ୍ଚ ତରଫରୁ ବିଦ୍ୟୁତ ଶ୍ରୀମିକ ନେତା ବିମଳ ଚନ୍ଦ୍ର ନାୟକ, ନୃସିଂହ ଚରଣ ଦାସ, ମନୋଜ କୁମାର ରାଉତରାୟ, ଶେଖ ଆଜାଦ, ବିଦ୍ୟାଧର ନାୟକ ଙ୍କ ନେତୃତ୍ୱ ରେ ପୁରୀ ବିଦ୍ୟୁତ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଶତାଧିକ କର୍ମଚାରୀ ମାନେ ଆଶ୍ରମ ଛକ ସ୍ଥିତ TPCODL କଣ୍ଟ୍ରୋଲ ରୁମ ଅଫିସ୍ ନିକଟରୁ ରାଲି କରି ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ଯାଇ ଅଫିସ ଘେରାଉ କରିବା ସହ ଧାରଣା ଦେଇଥିଲେ , ଧାରଣା ସମୟ ରେ ଜିଲ୍ଲା ଶ୍ରମ ଅଧିକାରୀ ଅଧ୍ୟକ୍ଷତାରେ ମିଳିତ ମଞ୍ଚ ସହିତ ଆଲୋଚନା କରି ସମସ୍ତ ବିଷୟ ଆସନ୍ତା 3 ଦିନ ରେ ସମାଧାନ କରିବା ପାଇଁ TPCODL ଅଧିକାରୀଙ୍କୁ ଚିଠି କରିଥଲେ , ମିଳିତ ମଞ୍ଚ ତରଫରୁ ଦିଆଯାଇଥିବା ଦାବି ଅନୁସାରେ ଆସନ୍ତା 15 ଦିନ ମଧ୍ୟରେ ଯଦି ଶ୍ରମ ଆଇନ ଅନୁସାରେ ଦରମା ପ୍ରଦାନ ଓ ଅନ୍ୟାନ୍ୟ ବିଷୟ ଗୁଡ଼ିକୁ ସମାଧାନ କରାନଗଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ଅଚଳ କରିବା ସହିତ ଧାରଣା ଦିଆଯିବ ବୋଲି ସୂର୍ଯ୍ୟ ଦାଶ, ଲୋକନାଥ ଗଡନାୟକ, ଶାନ୍ତନୁ ମିଶ୍ର, ବି କିଶୋର, ଅମରେଶ ସ୍ୱାଇଁ, ଗୋପାଳ ସ୍ୱାଇଁ, ମଧୁସୂଦନ ଆଚାରି, ନିରଞ୍ଜନ ବେହେରା, ବିଚିତ୍ରାନନ୍ଦ ପାଢ଼ୀ, ସଞ୍ଜୟ ସୁବୁଦ୍ଧି ଆଦି କର୍ମଚାରୀ ମାନେ ମତ ପ୍ରକାଶ କରିଥିଲେ

1.ସମସ୍ତ କର୍ମଚାରୀ ମାନଙ୍କୁ TPCODL ଅଧୀନରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ।

2. ବିଭିନ୍ନ ଏଜେନ୍ସି ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ TPCODL ରେ ଖାଲି ଥିବା ସ୍ଥାନ ରେ ନିଯୁକ୍ତି ପ୍ରଦାନ କରାଯାଉ।

3. ବିଭିନ୍ନ ଏଜେନ୍ସୀ ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାର କୁ TPCODL ତରଫରୁ 25 ଲକ୍ଷ ଟଙ୍କା ମୃତ୍ୟ କାଳୀନ ସହାୟତା ପ୍ରଦାନ କରାଯାଉ।

4. BA ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଅଧିକାରୀ ମାନେ ବିଭିନ୍ନ ସମୟ ରେ ଦୁର୍ବ୍ୟବହାର କରୁଛନ୍ତି ତେଣୁ ତୁରନ୍ତ ଏହାର ସମାଧାନ କରାଯାଉ ।

5. ଓଡ଼ିଶା ଶ୍ରମ ଆଇନ SRO NO .252/2007 ତାରିଖ 28.04.2007 ଅନୁଯାୟୀ ମିଟର ରିଡର୍ ମାନେ କୁଶଳୀ ଆକାରରେ ଦରମା ପାଇବା କଥା ଯାହାକି TPCODL ଆସିବା ଦିନରୁ ଦେଉନଥିବା ବେଳେ ବାରମ୍ବାର କର୍ମଚାରୀ ମାନଙ୍କ ଆନ୍ଦୋଳନ ହେବାରେ ମାନ୍ୟବର ଶ୍ରମ ଆୟୁକ୍ତ ଓଡ଼ିଶା ଙ୍କ ହସ୍ତକ୍ଷେପ ପରେ ଚଳିତ ଏପ୍ରିଲ 2024 ରୁ ମିଟର ରିଡର୍ ମାନଙ୍କୁ କୁଶଳୀ ଆକାରରେ ଦରମା ପ୍ରଦାନ କରାଯାଉଛି । କିନ୍ତୁ TPCODL ଆସିବା ଦିନରୁ ଅର୍ଥାତ ଜୁନ 2020 ଠାରୁ ମାର୍ଚ୍ଚ 2024 ପର୍ଯ୍ୟନ୍ତ କୁଶଳୀ ହିସାବ ରେ ବକେୟା ପାଉଣା ତୁରନ୍ତ ପ୍ରଦାନ କରାଯାଉ ।

6. 10.03.2021 no 2042 ଓଡ଼ିଶା ଶ୍ରମ ଆଇନ ଅନୁସାରେ ବିଲ କଲେକ୍ଟର ମାନେ କୁଶଳୀ ଆକାରରେ ଦରମା ପାଇବା କଥା କିନ୍ତୁ ଦିଆଯାଉ ନାହିଁ ତେଣୁ ତୁରନ୍ତ ବିଲ କଲେକ୍ଟର ମାନଙ୍କୁ ଓଡ଼ିଶା ଶ୍ରମ ଆଇନ ଅନୁସାରେ କୁଶଳୀ ଆକାରରେ ଦରମା ପ୍ରଦାନ କରାଯିବା ସହ ଲାଗୁ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ବକେୟା ପାଉଣା ପ୍ରଦାନ କରାଯାଉ।

7.ଗ୍ରାହକ ସେବାକେନ୍ଦ୍ର ରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନେ କିରାଣୀ ସ୍ତରର ସମସ୍ତ କାର୍ଯ୍ୟ ଓ ଗ୍ରାହକ ମାନଙ୍କ ର ସମସ୍ତ ପ୍ରକାର ଅଭିଯୋଗ କମ୍ପ୍ୟୁଟର ଜରିଆରେ ଦାଖଲ କରିବା ସହିତ ସମାଧାନ ପାଇଁ ବିଭିନ୍ନ ଅଧିକାରୀ ମାନଙ୍କ ନିକଟକୁ ପଠାଇ ସମାଧାନ କରିଥାନ୍ତି ତେଣୁ ଏହୀ କର୍ମଚାରୀ ମାନେ ଉଛ କୁଶଳୀ ଆକାରରେ ଦରମା ପାଇବା କଥା କିନ୍ତୁ ଦିଆଯାଉ ନାହିଁ ତେଣୁ ତୁରନ୍ତ ଏହି କର୍ମଚାରୀ ମାନଙ୍କୁ ଊଛ କୁଶଳୀ ଆକାରରେ ଦରମା ପ୍ରଦାନ କରାଯିବା ସହିତ ବକେୟା ପାଉଣା ତୁରନ୍ତ ପ୍ରଦାନ କରାଯାଉ।

8. ଓଡ଼ିଶା ଶ୍ରମ ଆଇନ SRO NO.252/2007 ତାରିଖ 28.04.2007 ଅନୁଯାୟୀ ରକ୍ଷଣା ବେକ୍ଷଣ କାର୍ଯ୍ୟ କରୁଥିବା ହେଲ୍ପର ମାନେ ଅର୍ଦ୍ଧକୁଷଳୀ ଆକାରରେ ଦରମା ପାଇବା କଥା କିନ୍ତୁ ତାହା ପ୍ରଦାନ କରାଯାଉ ନାହିଁ ତେଣୁ ତୁରନ୍ତ ହେଲପର ମାନଙ୍କୁ ଅର୍ଦ୍ଧକୁଶଲି ଆକାରରେ ଦରମା ପ୍ରଦାନ କରାଯିବା ସହିତ ବକେୟା ପାଉଣା ତୁରନ୍ତ ପ୍ରଦାନ କରାଯାଉ।

9. ରକ୍ଷଣା ବେକ୍ଷଣ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ 8 ଘଣ୍ଟା ରୁଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଯାଉଥିଲେ ମଧ୍ୟ ସେମାନଙ୍କୁ overtime wages ପ୍ରଦାନ କରାଯାଉ ନାହିଁ, ତେଣୁ ତୁରନ୍ତ overtime wages ପ୍ରଦାନ କରାଯାଉ।

10. ରକ୍ଷଣା ବେକ୍ଷଣ କାର୍ଯ୍ୟ ରେ ନିୟୋଜିତ କର୍ମଚାରୀ ମାନଙ୍କୁ ସେମାନଙ୍କ କାର୍ଯ୍ୟ ବାଦେ RC & DC, ବକେୟା ରାଶି ଆଦାୟ କାର୍ଯ୍ୟ ଭଳି ଅନେକ କାର୍ଯ୍ୟ ରେ ନିୟୋଜିତ କରାଯାଉଛି କିନ୍ତୁ ଏହି କାର୍ଯ୍ୟ ପାଇଁ କୌଣସି ପ୍ରକାରର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ ନାହିଁ ତେଣୁ ତୁରନ୍ତ ଏହାକୁ ପ୍ରଦାନ କରାଯାଉ।

11. ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ରକ୍ଷଣା ବେକ୍ଷଣ କାର୍ଯ୍ୟ ରେ କେତେକ ଫ୍ୟୁଜ କଲ ସେଣ୍ଟରରେ 4 ଚକିଆ ଯାନ ଦିଆଯାଇନାହିଁ, ଯାଫଳ ରେ ଡିସଚାର୍ଜ ରଡ଼, ନିଅନ ଟେଷ୍ଟର, ଓ ଅନ୍ୟାନ୍ୟ ଯନ୍ତ୍ରାଂଶ କାର୍ଯ୍ୟସ୍ଥଳ କୁ ନେବା ଆଣିବା ଅସୁବିଧାର ସମ୍ମୁଖିନ ହେବା ସଙ୍ଗେ ସଙ୍ଗେ ନିଜ ବାଇକ ଜରିଆରେ ବିପଦ ସଙ୍କୁଳ ଅବସ୍ଥାରେ ଉକ୍ତ ଯନ୍ତ୍ରାଂଶ କୁ ପରିବହନ କରୁଛନ୍ତି ତେଣୁ ତୁରନ୍ତ ଏହାର ସମାଧାନ କରାଯାଉ।

12. . ସମସ୍ତ ଲାଇନ ମ୍ୟାନ ମାନଙ୍କୁ ତେଲ ଟଙ୍କା ପ୍ରଦାନ କରାଯାଉ।

13. ମାହାନ୍ତି ବ୍ରଦର୍ସ କମ୍ପାନୀ କର୍ମଚାରୀ ମାନଙ୍କୁ ପ୍ରତ୍ୟକ ମାସର ଦରମା ଦୁଇ ଭାଗରେ ଦେବା ବଦଳରେ ଗୋଟେ ଥରରେ ଦରମା ପ୍ରଦାନ କରନ୍ତୁ।

14. ମାନ୍ୟବର ଉଛ ନ୍ୟାୟାଳୟ ଓ ମୁଖ୍ୟ ବିଦ୍ୟୁତ ଅଧିକାରୀ ଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ 33/11 KV କଣ୍ଟ୍ରୋଲ ରୁମ ରେ 7 ଜଣ କର୍ମଚାରୀ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ଯ TPCODL ଅଧିକାରୀ ଜବରଦସ୍ତି କମ କର୍ମଚାରୀ ନିୟୋଜିତ କରିଛନ୍ତି, ତେଣୁ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ଏହାର ସମାଧାନ କରାଯାଉ।

15. ସ୍ଵଳ୍ପ ଦରମାରେ ଘର ଠାରୁ 50 ରୁ 70 କିଲୋମିଟର ଦୁରତାରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ତେଣୁ ଘର ନିକଟସ୍ଥ କଣ୍ଟ୍ରୋଲ ରୁମ ରେ କର୍ଯ୍ୟରେ ନିୟୋଜିତ କରାଜାଉ।

16.ମିଟର ମ୍ୟାନେମେଣ୍ଟର ବିଭାଗ ରେ BA ବଦଳିଲା ପରେ ପ୍ରତ୍ୟେକ ଥର ଦରମା ର ତାଳମେଳ ନରହିବା ଓ ଦରମା କଟିକି ଆସିବା ପରେ କାର୍ଯ୍ୟ ବନ୍ଦ କରିବା ପରେ ସମାଧାନ କରିବା ଭଳି ବ୍ୟବସ୍ଥା ବନ୍ଦ କରିବା ସହିତ କର୍ମଚାରୀ ମାନଙ୍କ ସହିତ ମନଇଚ୍ଛା ଖେଳା ନଯାଉ, ତେଣୁ ତୁରନ୍ତ ଏହାର ସମାଧାନ କରାଯାଉ।

17. ଅମନ୍ କମ୍ପାନୀର ପୁରୀ ରେ କୌଣସି ଅଫିସ ନଥିବା ବେଳେ କର୍ମଚାରୀଙ୍କ କୌଣସି ଅସୁବିଧା ସଂମ୍ପର୍କରେ ଏହାର ଅଧିକାରୀଙ୍କ ସହ ଫୋନ ଜରିଆରେ ଯୋଗାଯୋଗ କଲେ ତାଙ୍କର କୌଣସି ପ୍ରକାର ଦାୟିତ୍ଵ ନଥିବା ଭଳି ବ୍ୟବହାର ଓ ମନଇଚ୍ଛା କଥା ବାର୍ତ୍ତା ଅତ୍ୟନ୍ତ ନିନ୍ଦନୀୟ ତେଣୁ ଏହାର ତୁରନ୍ତ ସମାଧାନ କରାଯାଉ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ