May 10, 2026

କଳମ୍ବ ସରସ୍ବତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ଅଭିଭାବକ ସମ୍ମିଳନୀରେ ପୁରସ୍କାର ବଣ୍ଟନ କଲେ ଅତିଥି..

IMG-20250210-WA0071
Share

ବୁଗୁଡ଼ା:-୧୦-୦୬-୨୦୨୫ ବାଲିପଦର ନିକଟସ୍ଥ କଳମ୍ବ ପଞ୍ଚାୟତ ଅନ୍ତର୍ଗତ ସରସ୍ବତୀ ଶିଶୁ ମନ୍ଦିରରେ ଆଜି ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଅଭିଭାବକ ସମ୍ମିଳନୀ ମହା ସମାରୋହରେ ପାଳିତ ହୋଇ ଯାଇଛି। ଛାତ୍ରଛାତ୍ରୀ ମାନଙ୍କ ବିଭିନ୍ନ ନ୍ରୁ୍ୂତ୍ୟ ସଙ୍ଗୀତରେ ମୁଖରିତ ହୋଇ ଥିଲା ବିଦ୍ୟାଳୟ ପ୍ରାଙ୍ଗଣ ସାତ ଶହ ଛାତ୍ରଛାତ୍ରୀଙ୍କ ଶହ ଅଭିଭାବକ ସାଂସ୍କୁୃତିକ କାର୍ଯକ୍ରମକୁ ମନଭରି ଉପଭୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସଂପାଦକ ଦିଲ୍ଲୀପ କୁମାର ରଥଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ କ୍ରୁ୍ୂତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ବାଲିପଦର କ୍ଳଷ୍ଟର ସି.ଆର.ସି.ସି ବିଶ୍ବଜିତ୍ ପରିଡ଼ା, ଖରିଡା ହାଇସ୍କୁଲ ପ୍ରଧନଶିକ୍ଷକ ବସନ୍ତ କୁମାର ସାହୁ, ନାରାୟଣ ସାମନ୍ତରା, ବିଦେଶୀ କୁମାର ରାଉତ ଶ୍ରୀମତୀ ରିଙ୍କି ଦାସ, ଜଳେଶ୍ଵର ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ଖାଡଙ୍ଗା ପ୍ରମୁଖ ଯୋଗଦେଇ ଥିଲେ। ପ୍ରଦିପ କମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୁରୁମା ବାର୍ଷିକ ବୀବରଣୀ ପାଠ କରିଥିବା ବେଳେ ଦିଲ୍ଲୀପ କୁମାର ରଥ ଧନ୍ଯବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାଯ୍ୟକ୍ରମ ପରିବେଷଣ କରାଯାଇଥିଲା।

**********