May 14, 2026

ଗାଈ ଧକ୍କାରେ ଶିକ୍ଷୟିତ୍ରୀ ଗୁରୁତର 

IMG-20250208-WA0085
Share

 

ବୁଗୁଡା : ତା ୦୮/୦୨/୨୫ : ବାଇକରେ ବସି ଆସୁଥିବା କେନ୍ଦୁବାଡି ହାଇସ୍କୁଲର ସଂସ୍କୃତ ଶିକ୍ଷୟିତ୍ରୀ ରିତା ପ୍ରଧାନ (୨୭) ଗାଈ ଧକ୍କାରେ ଗୁରୁତର ହୋଇ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି। ପ୍ରକାଶ ଯେ, ଆଜି ମଧ୍ଯାହ୍ନରେ ଶିକ୍ଷୟିତ୍ରୀ ଜଣକ ଅନ୍ୟ ଜଣେ ଶିକ୍ଷକଙ୍କ ବାଇକରେ ବସି ସ୍କୁଲରୁ ଫେରୁଥିବା ବେଳେ ବୁଗୁଡା ଉପକଣ୍ଠସ୍ଥ ହୋଣ୍ଡା ସୋରୁମ ସମ୍ମୁଖସ୍ଥ ମୁଖ୍ୟରାସ୍ତାରେ ଏକ ଗାଈ ଦୌଡି ଆସି ଶିକ୍ଷୟିତ୍ରୀ ଜଣଙ୍କୁ ଧକ୍କା ଦେବାରୁ ସେ ଗାଡିରୁ ଖସି ପଡି ଆହତ ହୋଇଥିଲେ। ଅନ୍ୟପକ୍ଷରେ ଭାରସାମ୍ଯ ହରାଇ ଗାଡିଟି ଆଗକୁ କିଛି ବାଟ ଯାଇ ପଡିଯାଇଥିଲେ ହେଁ ଶିକ୍ଷକ ଜଣଙ୍କୁ କୌଣସି ଆଘାତ ଲାଗିନଥିଲା। ଦୁର୍ଘଟଣାରେ ଆହତ ଶିକ୍ଷୟତ୍ରୀଙ୍କୁ ଆଖପାଖରେ ଥିବା କିଛି ଲୋକ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ପଠାଇଥିଲେ । ଦୁର୍ଘଟଣାରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।