September 24, 2026
IMG-20250208-WA0084
Share

 

ବୁଗୁଡା : ତା ୦୮/୦୨/୨୫ : ବୁଗୁଡ଼ା-ବିରଞ୍ଚିପୁର ମୁଖ୍ୟରାସ୍ତାରେ ଥିବା ଏକ ହମ୍ପଠାରେ ବାଇକରୁ ଖସି ଜନୈକା ମହିଳା ଗୁରୁତର ହୋଇଥିବା ଜଣାଯାଇଛି। ଗୁରୁତର ମହିଳା ଜଣକ ହେଲେ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କୁମ୍ପାପଡା ଗ୍ରାମର ଜଗବନ୍ଧୁ ନାୟଙ୍କ ସ୍ତ୍ରୀ ବନିତା ନାୟକ(୨୬) । ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ଜଗବନ୍ଧୁ ବାଇକରେ ସ୍ତ୍ରୀ ଓ ଏକ ଛୋଟ ପୁଅକୁ ଧରି କୁମ୍ପାପଡା ଗ୍ରାମରୁ ବୁଗୁଡ଼ାକୁ ଆସୁଥିଲା ବେଳେ ବିରଞ୍ଚିପୁର ଛକ ନିକଟ ରାସ୍ତାରେ ଥିବା ଏକ ହମ୍ପଠାରେ ମହିଳା ଜଣକ ବାଇକରୁ ଖସି ପଡି ଆହତ ହୋଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଅଣାଯାଇଥିଲା। ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ସେ ବାରମ୍ବାର ବାନ୍ତି କରୁଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅନ୍ଯତ୍ର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରକାଶ ଯୋଗ୍ୟ ଯେ, ନିର୍ବାଚନ ସମୟରେ ଯାନବାହାନ ଯାଞ୍ଚରେ ସୁବିଧା ପାଇଁ ରାଜରାସ୍ତାରେ ତିଆରି ହୋଇଥିବା ଏହି ହମ୍ପ ଯୋଗୁଁ ଅନେକ ଦୁର୍ଘଟଣା ଘଟୁଥିବାରୁ ସେହି ହମ୍ପକୁ ତୁରନ୍ତ ଉଚ୍ଛେଦ କରିବା ନେଇ ସାଧାରଣରେ ଦାବି ହେଉଛି।