May 11, 2026

ଏନ୍ଏସି ରାସ୍ତାର ମଝିରେ ଗର୍ତ୍ତ , ଘଟୁଛି ଦୁର୍ଘଟଣା , ପ୍ରତିକାର ଦାବି 

IMG-20250208-WA0086
Share

 

ବୁଗୁଡ଼ା : ତା ୦୮/୦୨/୨୫ : ସ୍ଥାନୀୟ ମଦନ ମୋହନ ଛକରୁ ବଡଦାଣ୍ଡକୁ ଯିବା ବାଟରେ ମିଲ୍ ସମ୍ମୁଖରେ କଙ୍କ୍ରିଟ୍ ପ୍ଲେଟ୍ ଭାଙ୍ଗି ଯାଇଥିବା ଫଳରେ ରାସ୍ତା ମଝିରେ ଏକ ଗର୍ତ୍ତ ସୃଷ୍ଟି ହୋଇ ଦୁର୍ଘଟଣାର କାରଣ ପାଲଟିଛି । ଏଠାକାର ଏନ୍ଏସି ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ବିପଦଜ୍ଜନକ ଗର୍ତ୍ତ ଯୋଗୁଁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ଅସାବଧାନତା ହେଲେ ସାଇକେଲ ଓ ବାଇକ୍ ଆରୋହୀ ଏହି କଣାରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି । ରାତ୍ରୀକାଳରେ ବିଦ୍ଯୁତ୍ କାଟ ସମୟରେ ପଥଚାରୀଙ୍କ ଗୋଡ ସେହି କଣା ମଧ୍ୟରେ ଗଳି ପଡୁଥିବାରୁ ଆହତ ହେଉଛନ୍ତି । ଗତକାଲି ରାତିରେ ସେହି କଣାରେ ଏକ ଗାଈର ଗୋଡ ପଶିଯାଇ ଆହତ ହୋଇଥିବା ବେଳେ ସ୍କୁଟିରେ ଆସୁଥିବା ଏକ ଦମ୍ପତ୍ତି ସେହି କଣା ଯୋଗୁଁ ଦୁର୍ଘଟଣାର ଶିକାର ହୋଇ ଖଣ୍ଡିଆ ଖାବରା ହୋଇଥିଲେ । ଅନ୍ୟପକ୍ଷରେ ଆଜି ସ୍ଥାନୀୟ ଲୋକେ ଦୁର୍ଘଟଣାକୁ ଏଡାଇବା ପାଇଁ ସେହି ଗର୍ତ୍ତରେ ବାଡି ପୋତି ଲୋକଙ୍କୁ ସତର୍କ କରାଇବାକୁ ଉଦ୍ଯମ କରିଥିଲେ। ତେବେ ବସ୍ ଚଳାଚଳରେ ଅସୁବିଧା ହେବାରୁ ତାହାକୁ ବାହାର କରିବାକୁ ବାଧ୍ୟ ହୋଇଥିଲେ। ଫଳରେ ପୁଣି ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ରାସ୍ତା ମଧ୍ୟସ୍ଥ ସେହି ବିପଦପୂର୍ଣ୍ଣ ଗର୍ତ୍ତ ପ୍ରତି ପ୍ରତିକାର ବ୍ଯବସ୍ଥା କରିବାକୁ ଏନ୍ଏସି ପ୍ରଶାସନ ନିକଟରେ ଜନସାଧାରଣଙ୍କ ପକ୍ଷରୁ ଦୃଢ ଦାବି ହେଉଛି ।